ନୂତନ ମୋଟର ଯାନ ଆକ୍ଟ ପରଠାରୁ ରାଜ୍ୟରେ ଦୁର୍ଘଟଣାରେ ମୃତ୍ୟୁର ହାର କମିଛି: ପରିବହନ ମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ନୂତନ ମୋଟର ଯାନ ଆକ୍ଟ ଲାଗୁ ହେବା ପରଠାରୁ ଦୁର୍ଘଟଣା ଓ ଦୁର୍ଘଟଣାରେ ମୃତ୍ୟୁର ହାର ହ୍ରାସ ପାଇଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ସେପ୍ଟେମ୍ବର ୧, ୨୦୧୯ରୁ ସାରା ଦେଶରେ ନୂତନ ମୋଟର ଯାନ ଆଇନ ଲାଗୁ ହୋଇଥିଲା। ଏଥିରେ ସେପ୍ଟେମର ୨୦୧୯ରୁ ଡିସେମ୍ବର ୨୦୧୯ ମଧ୍ୟରେ ୩୫୫ଟି ଦୁର୍ଘଟଣା ଘଟିଥିବା ବେଳେ ଏହା ପୂର୍ବବର୍ଷ ତୁଳନାରେ ୯.୯୩ ପ୍ରତିଶତ କମ ହୋଇଥିବା ଜଣାପଡ଼ିଛି। ସେହିପରି ଏହି ୪ ମାସ ମଧ୍ୟରେ ଦୁର୍ଘଟଣାରେ ୨୦୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତାହା ଗତବର୍ଷ ତୁଳନାରେ ୧୨.୨୯ ପ୍ରତିଶତ କମ ହୋଇଛି।

ଏଥିସହ ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ହୋଇଥିବା ସଡକ ଦୁର୍ଘଟଣା ଗତବର୍ଷ ତୁଳନାରେ ୫.୭୮ ପ୍ରତିଶତ କମିଥିବା ଶ୍ରୀ ସାହୁ ସୂଚନା ଦେଇଛନ୍ତି।