ଭୀମଭୋଇ ଭେଷଜ ଚିକିତ୍ସାଳୟର ସିଲିଂ ଛାତ ଖସି ଜଣେ କର୍ମଚାରୀ ଆହତ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଭୀମଭୋଇ ଭେଷଜ ମହାବିଦ୍ୟାଳୟ ଚିକିତ୍ସାଳୟର ସିଲିଂ ଖସି କର୍ମଚାରୀ ଆହତ। ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ଚିକିତ୍ସାଳୟ ମାନସିକ ରୋଗ ବିଭାଗରେ ଜଣେ କାର୍ୟ୍ୟରତ ଷ୍ଟାପ୍ ବୀଣା ପାଣି ପଟେଲଙ୍କ ମୁଣ୍ଡ ଉପରକୁ ସିଲିଂ ଛାତ ଖସି ପଡିଥିଲା। ଫଳରେ ସେ ସାମାନ୍ୟ ଆହତ ହୋଇଥିଲେ। ଏହା ପରେ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି।