ଔଷଧ ନିଗମର ମହାଦୁର୍ନୀତିର ତଦନ୍ତ ଦାବି କଲା କଂଗ୍ରେସ

ମାଲକାନଗିରି,ଏନ୍ଏନ୍ଏସ୍: କରୋନା ମହାମାରୀ ସମୟରେ ରାଜ୍ୟ ସରକାର ଔଷଧ ନିଗମରେ ହୋଇଥିବା ମହାଦୁର୍ନୀତିର ନିରପେକ୍ଷ ତଦନ୍ତ ଦାବି ନେଇ ଆଜି ଜିଲ୍ଲା କଂଗ୍ରସ କମିଟି ପକ୍ଷରୁ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ଶିଳ୍ପ ସଚିବଙ୍କ କୁଶ ପୁତଳିକା ଦାହ କରିଥିଲେ। ମାସ୍କ କ୍ରୟ ପାଇଁ କେନ୍ଦ୍ର ସରକାର ୨ଟି ନିର୍ଦ୍ଦେଶନାମା ଜାରି କରି ଏହାର ପାଇକାରୀ ମୂଲ୍ୟ ୧୦ ଟଙ୍କା ଓ ୧୬ ଟଙ୍କା ଧାର୍ଯ୍ୟ କରାଯାଇଥିଲା।

ତେବେ ଔଷଧ ନି୍ୱର କୋଟିକୋଟି ଟଙ୍କାର ମାସ୍କ କିଣିଥିବା ବେଳେ ନିଗମ ୧୬ ଟଙ୍କାରେ ୩୦ ଲକ୍ଷ ମାସ୍କ କ୍ରୟ କରିଛନ୍ତି। ଏଥିରେ ସ୍ପଷ୍ଟ ଦୁର୍ନିତିର ପ୍ରମାଣ ମିଳେ ବୋଲି ଅଭିଯୋଗ କରି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସରକାରୀ ଇ-ମାର୍କେଟିଂରେ କ୍ରୟ କଲେ ସ୍ୱଚ୍ଛତା ରହିଥାଏ। ତେବେ ରାଜ୍ୟ ସରକାର ଏଥିରେ ୩୦ ଲକ୍ଷ ମାସ୍କ ପାଇଁ ଅର୍ଡର ଦେଇ ସେଥିରୁ ହଠାତ ଓହରି ଯାଇଥିଲେ।

ଏହାବ୍ୟତୀତ ରାଜ୍ୟରେ ଥିବା ଏମଏସଏମଇ ସଂସ୍ଥାଗୁଡ଼ିକଠାରୁ ଶତକଡ଼ା ୨୦ ପ୍ରତିଶତ ଜିନିଷ କ୍ରୟ କରିବା ବାଧ୍ୟତାମୂଳକ ଥିବା ବେଳେ କାହିଁକି ରାଜ୍ୟର ସଂସ୍ଥାମାନଙ୍କଠାରୁ ଔଷଧ, ସାନିଟାଇଜର, ମାସ୍କ କ୍ରୟ କରିନାହାନ୍ତି ତାହା ତଦନ୍ତ ପରିସରଭୁକ୍ତ ବୋଲି ଦାବି କରିଛନ୍ତି। ଶେଷରେ ଜିଲ୍ଲାପାଳଙ୍କ ଜରିଆରେ ଏହି ଦୁର୍ନିତିର ନିରପେକ୍ଷ ତଦନ୍ତ ଦାବି କରି ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଏଥିରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ରାମ ପ୍ରସାଦ ପଟ୍ଟନାୟକ, କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲା ମାଡ଼ି, ମାଥିଲି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାୟକ, ମହିଳା ସଭାନେତ୍ରୀ କମଳା ବରାଳ, ଯୁବ ନେତା ଜି.ଶ୍ରୀନିବାସ ରାଓ, ପେଣ୍ଡ୍ରା ପ୍ରସାଦ ପଣ୍ଡା, ପି କେଶୁ ରାଓ, ଇର୍ମା ପଡ଼ିଆମି, ଛବି ଦାସ, ପଦ୍ମ ପାଙ୍ଗିଙ୍କ ସମେତ ବହୁ ନେତା ଓ କର୍ମୀ ଅଂଶ ଗ୍ରହଣ କରିଥିଲେ।