ରାୟଗଡାରୁ ରାଜଧାନୀକୁ ଗଡିବ ସ୍ୱତନ୍ତ୍ର ଟ୍ରେନ, କୋରପୁଟରୁ ଯାତ୍ରା ଆରମ୍ଭ

ରାୟଗଡା,ଏନ୍ଏନ୍ଏସ୍: ଦୀର୍ଘଦିନ ପରେ ରାୟଗଡାରୁ ରାଜଧାନୀ ଅଭିମୁଖେ ରେଳ ଯାତ୍ରା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟୟ ତାଲା ଖୋଲାହେବା ପରେ ପୂର୍ବତଟ ରେଳ ବିଭାଗ ପକ୍ଷରୁ ବଡ଼ ନିଷ୍ପତି ନିଆଯାଇଛି। ଏଥର କୋରାପୁଟ ଠାରୁ ରାଜଧାନୀ ଭୁବନେଶ୍ୱରକୁ ଗଡିବ ସ୍ୱତନ୍ତ୍ର ଟ୍ରେନ। ଦକ୍ଷିଣାଞ୍ଚଳ ଜିଲ୍ଲାବାସୀଙ୍କୁ ରେଳ ସେବା ଯୋଗାଇ ଦେବା ସକାଶେ ପୂର୍ବତଟ ରେଳ ପକ୍ଷରୁ ଆସନ୍ତା ଜୁନ୍ ୯ ତାରିଖରୁ କୋରାପୁଟରୁ ଆରମ୍ଭ ହେବ ଟ୍ରେନ ସେବା। ସପ୍ତାହକୁ ୩ଦିନ ଚାଲିବାକୁ ଥିବା

ଏହି ଟ୍ରେନଟି କୋରାପୁଟଠାରୁ ମଙ୍ଗଳବାର, ଗୁରୁବାର ଓ ରବିବାର ଦିନ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିବାକୁ ଥିବାବେଳେ ସେହିପରି ଭୁନେଶ୍ୱରଠାରୁ ଆସନ୍ତା ୮ ତାରିଖଠାରୁ ସୋମବାର, ବୁଧବାର, ଶୁକ୍ରବାର ସ୍ୱତନ୍ତ୍ର ଟ୍ରେନଟି ଚଳାଚଳ କରିବା ନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏହି ଟ୍ରେନଟି ୧୨ଟି କୋଚ ନେଇ ଗନ୍ତବ୍ୟ ମାର୍ଗରେ ଗଡିବା ନେଇ ସୂଚନା ମିଳିଛି।