ଆଜି ସୁସ୍ଥ ହେଲେ ଆଉ ୧୨୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୧୨୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୧୬୦୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।

ଆଜି ସୁସ୍ଥ ହୋଇଥିବା ୧୨୩ ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ୩୫, କଟକରୁ ୨୨, ନୂଆପଡ଼ା ଓ ବଲାଙ୍ଗିରରୁ ୧୪ ଲେଖାଏଁ, ଖୋର୍ଦ୍ଧାରୁ ୧୦, କନ୍ଧମାଳରୁ ୭, କୋରାପୁଟରୁ ୫ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୪ଜଣ ରହିଛନ୍ତି। ସେହିପରି ବାଲେଶ୍ୱର, ଢ଼େଙ୍କାନାଳ ଓ ନୟାଗଡ଼ରୁ ୩ ଜଣ ଲେଖାଏଁ ଏବଂ ଅନୁଗୁଳ, ମୟୁରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୮ ହୋଇଥିବାବେଳେ ୧୬୦୪ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୭୭୭ ଜଣ ଚିକିତ୍ସାଧୀନ ଥିବାବେଳେ ୮ଜଣଙ୍କର ମୃତ୍ୟୁ ଘଟିଛି।