ବଲାଙ୍ଗୀରରେ ପହଂଚିଲେ ୧୫୦୪ ଶ୍ରମିକ

ବଲାଙ୍ଗୀର,ଏନ୍ଏନ୍ଏସ୍ : ଲକଡାଉନ ଯୋଗୁଁ ଫସି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟ୍ରେନ କରିମନଗରରୁ ଆସି ଆଜି ବଲାଙ୍ଗୀରରେ ପହଂଚିଛି । ଏହି ଶ୍ରମିକ ଟ୍ରେନରେ ସମଗ୍ର ଓଡିଶାର ୩୦ ଜିଲ୍ଲାର ୧୫୦୪ ଶ୍ରମିକ ପହଂଚିଛନ୍ତି । ସେମାନଙ୍କ ମଧ୍ୟରୁ କେବଳ ବଲାଙ୍ଗୀର ଜିଲ୍ଲାର ୧୧୬୫ ଶ୍ରମିକ ରହିଛନ୍ତି । ଶ୍ରମିକମାନେ ପହଂଚିବା ପରେ ନିୟୋଜିତ ହୋଇଥିବା ସ୍ୱତନ୍ତ୍ର ବସମାନଙ୍କରେ ସେମାନଙ୍କୁ ନିଜ ନିଜ ସ୍ଥାନକୁ ପ୍ରଶାସନ ପଠାଇଥିଲା ।