ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ବାଲିଗୁଡା,ଏନ୍ଏନ୍ଏସ୍ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବୁଡୁରିକିଆ ପଞ୍ଚାୟତର ବାଲିସୁଗା ଗ୍ରାମର ନରସିଂହ ମଲିକଙ୍କ ପୁଅ ସଂଗ୍ରାମ ମଲିକ ବୟସ ୧୦ ବର୍ଷ । ସେ ଆଦିବାସୀ ଅଟନ୍ତି । ପୁଅର ଦୁଃଖରେ ସେ ଭାଙ୍ଗି ପଡିଛନ୍ତି ତାଙ୍କ ବାପା ନରସିଂହ । ତାଙ୍କ ପୁଅର ପାଟିରେ ବଡ ଧରଣର ଗୁଳାଟିଏ ହୋଇଛି, ଯାହା ଦ୍ୱରା କି ଖାଇବାରେ କଷ୍ଟ ଅନୁଭବ କରୁଛି। ତାଙ୍କର ଅର୍ଥ ଅଭାବରୁ ବଡ ମେଡିକାଲରେ ଦେଖେଇପାରୁନାହାନ୍ତି । ସେ ଦିନ ମଜୁରୀଆ କରି ଚଳନ୍ତି । ସେଥିରେ ତାଙ୍କର ଚୁଲି ଜଳେ । ଏପଟେ ପିଲାର ଦୁଃଖରେ ସେ ଭାଙ୍ଗି ପଡିଛନ୍ତି । ସଂଗ୍ରମା ମଲିକ ଷଷ୍ଠଶ୍ରେଣୀରେ ପାଠ ପଢେ । ତାଙ୍କର ଏହି ପରି ହେବା ଦ୍ୱରା ସ୍କୁଲକୁ ଯିବା ବନ୍ଦ ହୋଇ ଯାଇଛି । ଯାହାକି, ପିଲାର ଭବିଷ୍ୟତ ଅନ୍ଧାର ହୋଇ ଯାଇଛି ବୋଲି ତାଙ୍କ ବାପା କହିଛନ୍ତି । ପୁଅର ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ କିଛି ସାହାଯ୍ୟ କଲେ ଭଲ ଭାବରେ ଚିକିତ୍ସା ହୋଇ ପାରିବ ବୋଲି ସେ ଆଶା ରଖିଛନ୍ତି । ଦେଖିବାକୁ ବାକି ରହିଲା ଯେ, କେବେ ପ୍ରଶାସନ ଦୃଷ୍ଟି ଦେଉଛି,ଏବଂ ସଂଗ୍ରାମର ମୁହଁରେ କେବେ ହସ ଫୁଟିବ ।