Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସାଇକେଲିଂର ମଜା ନେଉଛନ୍ତି, ସଲମାନ, ଜ୍ୟାକଲିନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସାଇକେଲିଂର ମଜା ନେଉଛନ୍ତି, ସଲମାନ, ଜ୍ୟାକଲିନ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ପନୱେଲସ୍ଥିତ ଫାର୍ମ ହାଉସ ଆଖପାଖରେ ସାଇକେଲ ଚଳାଇ ମଜା ନେଉଛନ୍ତି ବଲିଉଡ ଷ୍ଟାର ସଲମାନ ଖାନ ଓ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ। ଜ୍ୟାକଲିନ ସଲମାନଙ୍କର ଏକ ପାରିବାରିକ ଉତ୍ସବରେ ଯୋଗ ଦେବାକୁ ସେଠାକୁ ଯାଇଥିଲେ। ଏହା ପରେ ପରେ ଲକ୍ଡାଉନ ଘୋଷିତ ହେଲା ଓ ଗତ ଅଢ଼େଇ ମାସ ହେଲା ସେ ସେଇଠି ଅଛନ୍ତି। ନିକଟରେ ସଲମାନ ଓ ଜ୍ୟାକଲିନ ଫାର୍ମ ହାଉସ ଆଖପାଖରେ ସାଇକେଲ ଚଳାଇ ବୁଲୁଥିବା ଭିଡିଓ ଭାଇରାଲ ହୋଇଛି। ଏ ଭିଡିଓ ତାଙ୍କର ଫ୍ୟାନପେଜ୍ରେ ସେୟାର କରାଯାଇଛି। ଏହା ପୂର୍ବରୁ ଲକଡାଉନ କାରଣରୁ ମିଳିଥିବା ଖାଲି ସମୟର ସଦୁପଯୋଗ କରିବାକୁ ଯାଇ ଏକ ଗୀତ ‘ତେରେ ବିନା….’ ମଧ୍ୟ ସୁଟିଂ କରିଥିଲେ। ଏ ଗୀତ ସଲମାନ ନିଜେ ଗାଇବା ସହିତ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ଗୀତର ସମ୍ପୂର୍ଣ୍ଣ ସୁଟିଂ ସଲମାନଙ୍କ ଫାର୍ମ ହାଉସରେ ହୋଇଥିଲା। ସଲମାନ ତିନି ଜଣଙ୍କ ସହାୟତାରେ ଚାରି ଦିନରେ ଏ ଗୀତ ସୁଟିଂ କରିଥିଲେ। ‘ଏହା ଏକ ଶସ୍ତା ନିର୍ଦ୍ଦେଶନା ଥିଲା, ଯେଉଁଥିରେ ମେକଅପ ଆର୍ଟିଷ୍ଟ କିମ୍ବା ହେୟାର ଷ୍ଟାଇଲିଷ୍ଟଙ୍କର ମଧ୍ୟ ଆବଶ୍ୟକତା ପଡ଼ିନଥିଲା ବୋଲି କହିଥିଲେ ସଲମାନ।