କାଳ ବୈଶାଖୀର ତାଣ୍ଡବ

ପାଟଣା,ଏନ୍ଏନ୍ଏସ୍ : କାଳବୈଶାଖୀ ତାଣ୍ଡବରେ ସୋମବାର ଅପରାହ୍ନରେ ପାଟଣା ଅଞ୍ଚଳରେ ବର୍ଷା ସାଙ୍ଗକୁ ପବନ ଜୋର ହୋଇଥିଲା। ଫଳରେ ଶିବନାରାୟଣ ପୁର ଗାଁ’ ରେ ଅସହାୟ ବୃଦ୍ଧା ଆଶା ନାଏକଙ୍କ ଘରର କାନ୍ଥ ପଡ଼ିଯିବା ସହିତ ଦୁଇ ବଖରା ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଆଶା ଜଣେ ଗରିବ ଅସହାୟ ବିଧବା ମହିଳା ହୋଇଥିବାରୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।