ଲକ ଡାଉନ ନିୟମ ପାଳନ କରିବା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ହାତ ଯୋଡି ନିବେଦନ

ଝାରସୁଗୁଡା,ଏନ୍ଏନ୍ଏସ୍ : କରୋନାର ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ଲକ ଡାଉନ ଘୋଷଣା ପରେ ଝାରସୁଗୁଡା ଜିଲ୍ଲା ପ୍ରଶାସନ ଓ ପୁଲିସ ସମସ୍ତ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ କେହି ନିୟମକୁ ଉଲଙ୍ଘନ ନ କରିବେ ସେଥିପାଇଁ ଜିଲ୍ଲ ପୁଲିସ ପକ୍ଷରୁ ଶୁକ୍ରବାର ଲୋକଙ୍କୁ ହାତ ଯୋଡି ଲକ ଡାଉମ ନିୟମକୁ ପାଳନ କରିବା ପାଇଁ ଅନୁରୋଧ କରାଯାଇଛି। ଝାରସୁଗୁଡା ଥାନା ଅଧିକାରୀ ସାବିତ୍ରୀ ବଳଙ୍କ ତତ୍ତ୍ୱାବଧାନରେ ପୋଲିସ କର୍ମଚାରୀମାନେ ସହରର ବିଭିନ୍ନ ଛକରେ ଉପସ୍ଥିତ ରହି ପ୍ଲାକାର୍ଡ ଧରି ହାତ ଯୋଡି ଲୋକଙ୍କୁ ସଚେତନ କରୁଛନ୍ତି। ଏହି ପ୍ଲାକାର୍ଡ ଗୁଡିକରେ ବିଭିନ୍ନ ସଚେତନତା ବାର୍ତ୍ତା ଉଲ୍ଲେଖ ରହିଛି ।

ପୁଲିସର ସଚେତନତା, କଟକଣା ଚେତାବନୀ ପରେ ମଧ୍ୟ ଜିଲ୍ଲାର କିଛି ବେ ପରୁଆ ଲୋକ ଏହି ଲକ ଡାଉନ କଟକଣାକୁ ଉଲଙ୍ଘନ କରି ବିନା କାରଣରେ ବାହରେ ଘୁରି ବୁଲୁଛନ୍ତି। ଏହି ବେପରୁଆ ଲୋକଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଲକ ଡାଉନ ନିୟମ ଉଲଙ୍ଘନ କରିଥିବା ୧୧୪ ଜଣ ବ୍ୟକ୍ତିଙ୍କ ବିରୋଧରେ ଜିଲ୍ଲା ପୁଲିସ ପକ୍ଷରୁ ୧୧୦ ଟି ମାମଲା ରୁଜୁ କରାଯାଇଛି। ଏହି ନିୟମ ଉଲଙ୍ଘନକରୀଙ୍କୁ କୋର୍ଟରେ ହାଜର କରାଯିବ ବୋଲି ପୁଲିସ ସୁଚନା ଦେଇଛି।

ଏହାସହ ଅତ୍ୟନ୍ତ ଜରୁରୀ କାର୍ଯ୍ୟ ନ ହେଲେ ଘରୁ ବାହାରିବାକୁ ବାରଣ କରାଯାଇଛି। ଲକଡାଉନକୁ କଡାକଡି କରିବା ପାଇଁ ଝାରସୁଗୁଡା ଜିଲ୍ଲାକୁ ଅନ୍ୟ ରାଜ୍ୟ ଓ ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ କରାଯାଇ ଲୋକଙ୍କ ଯାତାୟତକୁ ବାରଣ କରାଯାଇଛି। ସେହିପରି ସହରର ପ୍ରଶନ୍ନ ପଣ୍ଡା ଛକ, ଏସପି ଅଫିସ ଛକ, ବେହେରାମାଲ, ବସ ଷ୍ଟାଣ୍ଡ, ରେଳ ଷ୍ଟେସନ ଛକ, ଝଣ୍ଡା ଚୌକ, ଓ ସୁନାରୀମୁଣ୍ଡାରେ ପୁଲିସ ପକ୍ଷରୁ ନାକା ବନ୍ଦି କରିବା ସହ ବ୍ରଜରାଜନଗର, ବେଲପାହାଡ, କୁଡାଲୋଇ, ଲଖନପୁର, କୋଲାବିରା, ଲଇକେରା, କିର୍ମିରା ଅଂଚଳରେ ପେଟ୍ରୋଲିଂ କରୁଛି। ଘରୁ ବାହରକୁ ବାହରିଥିବିା ଲୋକଙ୍କୁ ପୁଲିସ ପକ୍ଷରୁ ରୋକାଯାଇ ସାମେନେ କେଉଁ କାମରେ ଓ କାହିଁକି ଘରୁ ବାହାରକୁ ବାହାରିଛନ୍ତି ତଦାରଖ କରିବା ପରେ ଛଢାଯାଉଛି। ବିନା କାମରେ ଘରୁ ବାହାରିଥିବା ଲୋକଙ୍କୁ ତଥା ତାଙ୍କ ଗାଡି ମଟରକୁ ପୁଲିସ ପକ୍ଷରୁ ଅଟକ ରଖାଯାଉଛି। ଏହାସହ କୋରନା ର ଭୟାବହତାକୁ ରୋକିବା ପାଇଁ ଲକଡାଉନର ଆବଶ୍ୟକତା ସମ୍ପର୍କରେ ବୁଝାଇବା ସହ ଅତି ଜରରୁରୀ କାମ ନ ପଡିଲେ ଘରୁ ନ ବାହରିବା ପାଇଁ କୁହାଯାଉଛି।