ଲକ ଡାଉନ ନିୟମ ଉଲଂଘନ କରି ୫ ଗିରଫ

ମାଲକାନଗିର,ଏନ୍ଏନ୍ଏସ୍ : ମାଲକାନଗିରି ଥାନା ଅନ୍ତର୍ଗତ ଏମ.ଭି-୩୧ ଗ୍ରାମରେ ଗୋଟିଏ ଘର ମଧ୍ୟରେ ୮ ରୁ ୧୦ ଜଣ ଚିଟ ଫଣ୍ଡ ଡାକ କରୁଥିବା ବେଳେ ଗତକାଲି ସଂଦ୍ଧ୍ୟାରେ ପୋଲିସ ଚଢ଼ାଉ କରି ୫ ଜଣଙ୍କୁ ଗିରଫ କରିଛି । ଲକ ଡାଉନ ସମୟରେ ଗୋଟିଏ ସ୍ଥାନରେ ୭ ଜଣ ଏକାଠି ହେବା ଉପରେ କଟକଣା ଜାରୀ କରାଯାଇଥିବା ବେଳେ ସେମାନେ ଗୋଟିଏ କଠୋରୀରେ ଏକାଠି ହୋଇଥିବା ଖବର ପାଇ ମାଲକାନଗିରି ଥାନା ପୁଲିସ ଚଢ଼ାଉ କରିଥିଲା । ତେବେ କିଛି ବ୍ୟକ୍ତି ଖସି ପଳାଇବାରେ ସଫଳ ହୋଇଥିବା ବେଳେ ପୁଲିସ ନାରାୟଣ ସାଜନ, ରଞ୍ଜ୍ଖଚ୍ଛ ମାଲି,ରଞ୍ଜିତ ସମାଦାର, ଶଶାଙ୍କ ଗାଇନ ଓ ସଞ୍ଜୟ ସମାଦାରକୁ ଗିରଫ କରି କେସ ନମ୍ବର ୯୮ରେ ଏକ ମାମଲା ରୁଜ୍ଜୁ କରିଛି । ସେମାନଙ୍କୁୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ମାଲକାନଗିରି ଥାନା ଭାରପ୍ରାପ୍ତ ନିରୀକ୍ଷକ ରାମ ପ୍ରସାଦ ନାଗ ପ୍ରକାଶ କରିଛନ୍ତି ।