କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାଓବାଦୀଙ୍କ ସହ ନ ମିଶିବାକୁ ପୋଷ୍ଟର

ମାଲକାନଗିରି ,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିୱାଡ଼ା ପଂଚାୟତର ବଦଲିଗୁଡ଼ା ଓ ବଡ଼ିଗେଟା ଗ୍ରାମରେ ମାଓବାଦୀଙ୍କଠାରୁ ଦୂରେଇ ରହିବାକୁ ଆଦିବାସୀ ଶାନ୍ତି ବିକାଶ ପରିଷଦ ଓ ବିଶ୍ୱ ଆରୋଗ୍ୟ ଚେତନା ସମିତି ଦ୍ୱାରା ପୋଷ୍ଟର ଲଗାଯାଇଥିବା ଦେଖାଯାଇଛି । କରୋନା ଭୂତାଣର ସଂକ୍ରମଣର ଆଶଙ୍କା ଥିବାରୁ ମାଓବାଦୀଙ୍କ ସହ କୌଣସି ଗ୍ରାମବାସୀ ନ ମିଶିବାକୁ ଏହି ପୋଷ୍ଟରରେ ଉଲ୍ଲେଖ କରାଯାଇଛି । ମାଓବାଦୀମାନେ ଅନ୍ୟ ରାଜ୍ୟରୁ ଯିବା ଆସିବା କରୁଥିବାରୁ ସେମାନେ କେରୋନା ଭୂତାଣୁର ସଂକ୍ରମଣ ହୋଇଥିବା ଯଥେଷ୍ଟ ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ ସେମାନଙ୍କ ସହ ଏକତିତ ହେଲେ ଭୂତାଣୁକୁ ନିମନ୍ତ୍ରଣ କରିବା ଭଳି ହେବ । ତେଣୁ ମାଓବାଦୀଙ୍କୁ ଗ୍ରାମରେ ପ୍ରବେଶ କରାଇ ନ ଦେବା ସହ ଖାଦ୍ୟ କଦାର୍ଥ ନ ଦେବାକୁ ଏହି ପୋଷ୍ଟର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଛି। ଏଥିସହ ମାଓବାଦୀମାନେ କରୋନା ସଂକ୍ରମଣର ବାହକ ନ ହୋଇ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ଏଥିରେ ଉଲ୍ଲେଖ ରହିଛି ।