ସୂର୍ଯ୍ୟ ଅସ୍ତ ପରେ ହୋଇଥାନ୍ତା ବିବାହ କ’ଣ ହେଲା ….

ନୟାଗଡ଼,ଏନ୍‌ଏନ୍‌ଏସ୍ : ନୟାଗଡ଼ ଜିଲ୍ଲା ବାଲ୍ୟ ବିବାହ ନେଇ ଯେତେ କଟକଣା କଲେ ମଧ୍ୟ ସୁଧୁରିବାର ନାଁ ଧରୁ ନାହିଁ । ସୋମବାର ଦଶପଲ୍ଲା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ନାବାଳିକାଙ୍କ ବିବାହ ଅନୁଷ୍ଠିତ ହେଉଥିବା ଖବରପାଇ ଶିଶୁ ସୁରକ୍ଷା ୟୁନିଟ, ଚାଇଲ୍ଡ ଲାଇନ କର୍ତ୍ତୁପକ୍ଷ ଏବଂ ପୁଲିସ ମିଳିତ ଭାବେ ଚଢ଼ାଉ କରଥିଲେ । ୧୬ ବର୍ଷିୟା ନାବାଳିକାଙ୍କୁ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଘୁଗୁଡ଼ିପଡ଼ା ପଂଚାୟତ ବସନ୍ତପୁର ଗ୍ରାମର ବାବାଜୀ ନାୟକଙ୍କ ପୁଅ ଅଜୟ ନାୟକ ବିବାହ କରିବାକୁ ସ୍ଥିର ହୋଇଥିଲା । ଏଥିପାଇଁ ପୂର୍ବରୁ ନିର୍ବନ୍ଧ କାର୍ଯ୍ୟ ସରିଥିବା ବେଳେ ସୋମବାର ମଙ୍ଗନକୃତ୍ତ୍ୟ ସରିଥିଲା ।

ରୀତି ନିୟମନୁସାରେ ସୂର୍ଯ୍ୟାସ୍ତ ପରେ ନାବାଳିକାଙ୍କ ବିବାହ କରାଯାଇଥାନ୍ତା ବୋଲି ଜଣାଯାଇଛି । ଖବରପାଇ ଚାଇଲ୍ଡ ଲାଇନ, ଶିଶୁ ସୁରକ୍ଷା ୟୁନିଟ କର୍ମଚାରୀ ଏବଂ ପୁଲିସ ମିଳିତ ଭାବେ ନାବାଳିକାଙ୍କ ଘରେ ପହଂଚି ବିବାହ ନକରିବାକୁ ବୁଝାଶୁଝା କରିଥିଲେ । ମାତ୍ର ନାବାଳିକାଙ୍କ ପରିବାର ସହମତି ପ୍ରକାଶ ନକରିବାରୁ ନାବାଳିକାକୁ ଉଦ୍ଧାର କରାଯାଇ ଅଣାଯିବା ପରେ ସିଡବ୍ଲ୍ୟୁସିରେ ହାଜର କରାଯାଇ ତପସ୍ୟା ଶିଶୃ ଗୃହରେ ରଖାଯାଇଛି ।