ରାୟଗଡ଼ା,ଏନ୍ଏନ୍ଏସ୍ : ଆତ୍ମହତ୍ୟା କରିବା ପାଇଁ ପୋଖରିରେ ବୁଡ଼ିଯାଉଥିବା ଜଣେ ଯୁବକଙ୍କୁ ଉଦ୍ଧାର କରିଛି ରାୟଗଡ଼ା ଅଗ୍ନିଶ୍ରମ ବାହିନୀ । ଆଜି ସକାଳେ ରାୟଗଡ଼ା ମଝିଘରିଆଣି ମନ୍ଦିର ରେଳଟ୍ରାକର ପ୍ରାୟ ୨୦୦ ଫୁଟ ତଳେଥିବା ଏକ ଜଳାଶୟରେ ଜଣେ ଯୁବକ ଆତ୍ମହତ୍ୟା କରିବା ପାଇଁ ଡ଼େଇଁ ପଡ଼ିଥିଲେ । ଏହା ଦେଖି ସ୍ଥାନିୟ ଲୋକେ ଉଦ୍ଧାର ପାଇଁ ପୋଖରିକୁ ଡ଼େଇଁବା ସହ ଅଗ୍ନିଶ୍ରମ ବିଭାଗକୁ ଖବର ଦେଇଥିଲେ । ତେବେ ଅଗ୍ନିଶ୍ରମ ବାହିନୀ ଘଟଣାସ୍ଥଳରେ ପହଂଚି ୨୦୦ ଫୁଟ ତଳେ ଥିବା ଜଳାଶୟରୁ ସୁରକ୍ଷିତ ଭାବେ ଉକ୍ତ ଯୁବକଙ୍କୁ ଉଦ୍ଧାରକରି ଜିଲ୍ଲା ଚିକିତ୍ସାଳୟରେ ଭର୍ତି କରିଛନ୍ତି । ପୁଲିସ ଡ଼ାକ୍ତରଖାନ ପହଂଚି ଆତ୍ମହତ୍ୟାର କାରଣ ଖୋଜୁଥିବା ବେଳେ ଉଦ୍ଧାର ଯୁବକଟି କୋରାପୁଟ ଜିଲ୍ଲା ଲକ୍ଷ୍ମିପୁର ଥାନା ଅନ୍ତର୍ଗତ କଟଣିପଦର ଗାଁର ବୋଲି ଜଣାପଡ଼ିଛି । ତେବେ ଏଯାଏ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ ।