ରାୟଗଡା,ଏନ୍ଏନ୍ଏସ୍ : ରାୟଗଡା ଜିଲ୍ଲା ଆମ ଆଦମି ପାର୍ଟି ପକ୍ଷରୁ ଆଜି ରାଷ୍ଟ୍ର ନିର୍ମାଣ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏହି ପରିପେକ୍ଷୀରେ ଦଳୀୟ କର୍ମକର୍ତା ସ୍ଥାନୀୟ ଗଜପତି ଛକଠାରୁ ବାହାରି ବିଶାଳ ବାଇକ ରାଲିରେ ସହରପରିକ୍ରମା କରିଥିଲେ। ପ୍ରଚାର ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଦଳୀୟ କର୍ମୀ ସମାଲୋଚନା କରିବା ସହିତ ଆମ ଆଦମି ପାର୍ଟିକୁ ଦିଲ୍ଲୀବାସୀ ତୃତୀୟ ଥର ବିପୁଳ ସମର୍ଥନ କରି ଦେଶର ଆଗାମୀ ରାଜନୈତିକ ଭବିଷ୍ୟତ ନିର୍ମାଣ କରିଥିବା ଦଳୀୟ ସଦସ୍ୟ ମତବ୍ୟକ୍ତ କରିଛନ୍ତି।
ଏଥିସହିତ ରାୟଗଡା ଜିଲ୍ଲାରେ ଦୀର୍ଘଦିନରୁ ମନ୍ଥର ଗତିରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ୱିରିତ ଗତିରେ ଶେଷ କରିବାକୁ ଦଳ ପକ୍ଷରୁ ଦାବି ହୋଇଛି। ସହର ମଧ୍ୟରେ ଯାଇଥିବା ୩୨୬ନଂ ରାଚିଂ ବିଜୟୱାଡା କରିଡରରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି ଲୋକଙ୍କ ପ୍ରାଣହାନୀ ଘଟୁଥିବାରୁ ପ୍ରଶାସନ ବାଇପାସ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ଦଳ ପକ୍ଷରୁ କୁହାଯାଇଛି। ତତସହିତ ରାୟଗଡା ସହରର ଲାଇଫ ଲାଇନ କୁହାଯାଉଥିବା ଓଭରବ୍ରିଜ ଖାଲଖମାରେ ପରିପୂର୍ଣ୍ଣ ହୋଇଥିବାରୁ ସହରକୁ ଆସୁଥିବା ଆଗନ୍ତୁକ ଏଥିଯୋଗୁଁ ନାନା ସମସ୍ୟ ସମ୍ମୁଖିନ ହୋଉଛନ୍ତି।
ଦଳ ପକ୍ଷରୁ ଆୟୋଜିତ ବାଇକ ଶୋଭାଯାତ୍ରା ସହର ପରିକ୍ରମା ପରେ ଦଳୀୟ କର୍ମକର୍ତା ଜିଲା ମୁଖ୍ୟାଳୟ ସମ୍ମୁଖରେ ପହଚିଂ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ବିଭିନ୍ନ ଦାବି ସମ୍ପର୍କିତ ଏକ ସ୍ମାରକ ପତ୍ର ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦଳ ତରଫରୁ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଦଳର ରାଜ୍ୟ ସମ୍ପାଦକ ତଥା ଜିଲା ଆବାହକ ଜନ୍ମେଜୟ ସ୍ୱାଇଁ ଓ ଅନ୍ୟ ପ୍ରମୁଖ ସଦସ୍ୟ ଉପସ୍ଥିତ ରହିଥିଲେ।