ଭବାନୀପାଟଣା,ଏନ୍ଏନ୍ଏସ୍ : କଳାହାଣ୍ଡି ଜିଲ୍ଲା କରଲାପାଟ ଅଭୟାରଣ୍ୟ ମଧ୍ୟ ଦେଇ ଯାଇଥିବା ରାମପୁରରୁ ଭବାନୀପାଟଣା ରାସ୍ତାରେ କିଆପଦର ନିକଟରେ ରାସ୍ତା ମଝିରେ ମଙ୍ଗଳବାର ଦନ୍ତାହାତୀ ଦେଖିବାକୁ ମିଳିଥିଲା । ହାତୀ ଯୋଗୁଁ ଏକ ଯାତ୍ରୀବାହୀ ବସ ପ୍ରାୟ ୨ ଘଣ୍ଟା ଅଟକି ରହିଥିଲା । ବସରେ ପ୍ରାୟ ୪୦ରୁ ଅଧିକ ଯାତ୍ରୀ ଥିଲେ ।
ସୂଚନା ଅନୁଯାୟୀ, ଉକ୍ତ ବସଟି ଥୁଆମୂଳ ରାମପୁରରୁ ଭବାନୀପାଟଣା ଯାଉଥିଲା। ହାତୀଟି ରାସ୍ତା ଓଗାଳିବାରୁ ବସଟି ପ୍ରାୟ ୨ ଘଣ୍ଟା ଅଟକି ରହିଥିଲା । ରାସ୍ତା ମଝିରେ ହାତୀ ଦେଖି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଏହାପରେ ହାତୀ ଜଙ୍ଗଲ ମଧ୍ୟକୁ ଯିବା ପରେ ବସଟି ଯାଇଥିଲା ବୋଲି ସୂଚନା ମିଳିଛି ।