ଆସନ୍ତା କାଲି ଭାରତ ଓ ନ୍ୟୁଜିଲାଣ୍ଡର ଆଇସିସି ଓମେନ୍ସ ଟି-୨୦ ବିଶ୍ୱ କପର ତୃତୀୟ ମ୍ୟାଚ୍

ମେଲବୋର୍ଣ୍ଣ,ଏଜେନ୍ସି: ଗତକାଲି ଭାରତ ଓ ନ୍ୟୁଜିଲାଣ୍ଡର ଗୃପ୍-ଏ ଆର୍ନ୍ତଜାତୀୟ ଓମେନ୍ସ ଟି-୨୦ ବିଶ୍ୱ କପର ତୃତୀୟ ମ୍ୟାଚ୍ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଜଙ୍କସନ ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ଉଭୟ ଦଳ ଏହି ମ୍ୟାଚକୁ ଜିତିବାର ଆଶା ରଖିଥିବା ବେଳେ ପୂର୍ବରୁ ଭାରତ ଗୃପ୍ ଏ ମ୍ୟାଚର ୨ଟି ପର୍ଯ୍ୟାୟ ଜିତି ଶୀର୍ଷରେ ରହିଛି। ଏବଂ ନ୍ୟୁଜିଲାଣ୍ଡ ଶ୍ରୀଲଙ୍କାକୁ ହରାଇ ଦ୍ୱିତୀୟରେ ରହିଛି। ଏହି ମ୍ୟାଚଟି ଭାରତର ସମୟ ଅନୁସାରେ ଆସନ୍ତାକାଲି ୯ଟା ୩୦ରେ ଆରମ୍ଭ ହେବ।

ଆଇସିସି ଓମେନ୍ସ ଟି-୨୦ ବିଶ୍ୱ କପର ରାଙ୍କି ଅନୁସାରେ ଭାରତ ୩ୟ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ଶୀର୍ଷରେ ରହିଛି। ଭାରତ ପୂର୍ବ ୫ଟି ଓମେନ୍ସ ଟି-୨୦ ବିଶ୍ୱକପରେ ଭାରତ ୩ଟି ମ୍ୟାଚ୍ ଜିତିଥିବା ବେଳେ ୨ଟି ପରାସ୍ତ ହୋଇଛି ।

ଏହି ମ୍ୟାଚରେ ଭାରତ ଟିମରେ ହରମନପ୍ରତି୍ କୌର ଅଧିନାୟିକା ଭୂମିକାରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ଟିମର ଅଧିନାୟିକା ଭାବେ ସୋଫି ଡେଭିନ ରହିଛନ୍ତି।