ଭାରତୀୟ ବିନି ରମଣ ଓ ଅଷ୍ଟ୍ରେଲିଆର ଷ୍ଟାର କ୍ରିକେଟ ଖେଳାଳି ଗ୍ଲେନ୍ ମାକ୍ସୱେଲଙ୍କ ମଧ୍ୟରେ ଲଭ ଟ୍ୱିଷ୍ଟ

ସୋସିଆଲ ମିଡ଼ିଆରେ ନିର୍ବନ୍ଧ ଫଟୋ ଭାଇରାଲ

ମେଲବୋର୍ଣ୍ଣ,ଏନ୍ଏନ୍ଏସ୍: ବହୁ ସମୟ ଧରି ଅଷ୍ଟ୍ରେଲିଆର ଷ୍ଟାର କ୍ରିକେଟ ଖେଳାଳି ଗ୍ଲେନ୍ ମାକ୍ସୱେଲ ଜଣେ ଭାରତୀୟ ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ଯୋଡି ହୋଇ ରହିବା ସହ ସେମାନେ ବହୁତ ଶିଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ନିଜେ ଗ୍ଲେନ୍ ମାକ୍ସୱେଲ ସୂଚନା ଦେଇଛନ୍ତି।

ଏଥିସହିତ ସେ ଭାରତୀୟ ଯୁବତୀଙ୍କ ସହ ନିର୍ବନ୍ଧ କରିଥିବା ଏକ ଫଟୋ ପୋଷ୍ଟ କରିଛନ୍ତି। ଯୁବତୀ ଜଣଙ୍କ ବିନି ରମଣ ଏବଂ ସେ ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟ କରନ୍ତି। ସେମାନେ ଗତ ୨ ବର୍ଷ ଧରି ଉଭୟଙ୍କୁ ଡେଟ କରିଆସୁଛନ୍ତି। ତେବେ ସେମାନଙ୍କର ଏହି ଯୋଡିକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବାର କିଛି ସମୟ ମଧ୍ୟରେ ୯୦ ହଜାର ଲାଇକ୍ ଛୁଇଁ ଥିଲା।