ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରୁ ବାଦ ପଡ଼ିଲେ ସାଂସଦ ଅନୁଭବ ମହାନ୍ତି ଓ ମନ୍ତ୍ରୀ ପଦ୍ମନାଭ ବେହେରା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଅଷ୍ଟମଥର ପାଇଁ ବିଜେଡି ସଭାପତି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚିତ ହୋଇଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପାଇଁ ପଦ ବଣ୍ଟା ହୋଇଯାଇଛି। ଏଥିରୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବାଦ ପଡ଼ିଛନ୍ତି।

ମିଥ୍ୟା ସତ୍ୟପାଠ ଓ ଜାଲ ପ୍ରମାଣପତ୍ର ଦେଇ ଛନ୍ଦି ହୋଇପଡିଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏବଂ ଅଭିନେତାରୁ ରାଜନେତା ପାଲଟିଥିବା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ରାଜ୍ୟ କାର୍ଯ୍ୟକାରିଣୀରୁ ବାଦ ପଡ଼ିଛନ୍ତି। ଏହା ପରେ ଉଭୟ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।