ମାଲକାନଗିରି,ଏନ୍ଏନ୍ଏସ୍: ସିଏଏ ଏନଆରସି ଓଏନପିଆରକୁ ବିରୋଧ କରି ବହୁଜନ କ୍ରାନ୍ତି ମୋର୍ଚ୍ଚା ଆଜି ଭାରତ ବନ୍ଦ ଡାକରା ଦେଇଥିବା ବେଳେ ଏହାର ପ୍ରଭାବ ମାଲକାନଗିରି ଜିଲ୍ଲାରେ ଆଂଶିକ ସଫଳ ହୋଇଛି। ଜିଲ୍ଲା ଆଦିବାସୀ ମହାସଂଘର ସଭାପତି ଘନଶ୍ୟାମ ମାଡକାମୀ, ଏସସିଏସଟି ସଂଘର ସଭାପତି ଘେନୁ ମୁଦୁଲି, ସିପିଆଇ(ଏମ) ସଭାପତି ବ୍ରଜ ମାଝିଙ୍କ ନେତୃତ୍ୱରେ ଶତାଧିକ ଲୋକ ଜିଲ୍ଲା ସଦର ମହକୁମାର ବିଭିନ୍ନ ଛକରେ ରାସ୍ତାରୋକ କରିଛନ୍ତି। ଏହାକୁ ବିରୋଧ କରି ବୁଧବାର ଡିଏନ୍ଏ ଟେଷ୍ଟ ଆଧାରରେ ଏନଆରସି ଲାଗୁ କରିବାକୁ ଦାବି କରିଛନ୍ତି।
