ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

ବଡ଼ସାହିଏନ୍ଏନ୍ଏସ୍ : ମୟୁରଭଞ୍ଜ ଜିଲ୍ଲା ରବିବାର ଅପରାହ୍ନରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରି ନେଇ ଅଭିଯୁକ୍ତ ଫେରାର ଥିବା ଅଭିଯୋଗ ହୋଇଛି। ଏ ନେଇ ନାବାଳିକାଙ୍କ ବାପା ବଡ଼ସାହି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ଜଣଙ୍କ ବିକାଶ ବେଣ୍ଟକାରବୋଲି ଜଣାପଡ଼ିଛି। ପୁଲିସ ଏନେଇ ଏକ ଅପହରଣ ମାମଲା ରୁଜୁ କରି ବିଭନ୍ନ ସ୍ଥାନରେ ତଲାସି ଜାରି ରଖିଛି।