ପୁରୀ-ସାଇନଗର ଏକ୍ସପ୍ରେସ ଟ୍ରେନରୁ ପଡି ଡାକ୍ତରଙ୍କ ମୃତ୍ୟୁ

ଅନୁଗୁଳ,ଏନ୍ଏନ୍ଏସ୍ : ସମ୍ବଲପୁର ଅନୁଗୁଳ ରେଳପଥର ବଇଣ୍ଡା ରେଳ ଷ୍ଟେସନ ଠାରେ ସୋମବାର ଅପରାହ୍ନ ୫ଟାରେ ପୁରୀ-ସାଇନଗର ଶିରିଡି ସାଇ ଏକ୍ସପ୍ରେସ ଟ୍ରେନରୁ ଖସି ପଡି ଡାକ୍ତର କୁଜଂବିହାରୀ ସାମଲଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି।

ଘଟଣାରୁ ପ୍ରକାଶ ଯେ, ଡାକ୍ତର କୁଜଂବିହାରୀ ସାମଲ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରୁ ନୂଆପଡା ଜିଲ୍ଲାକୁ ବଦଳି ହୋଇଥିଲେ। ସୋମବାର ସେ ଉକ୍ତ ଟ୍ରେନରେ ଭୁବନେଶ୍ୱର ଫେରୁଥିବା ବେଳେ ବଇଣ୍ଡା ଷ୍ଟେସନ ଠାରେ ଓହ୍ଲାଇଥିଲେ। ଟ୍ରେନ ଛାଡିବା ବେଳେ ସେ ନିଜ ବ୍ୟାଗ ସହ ଉଠୁଥିବା ବେଳେ ଗୋଡ ଖସି ଯିବା ଦ୍ୱାରା ପ୍ଲାଟ ଫର୍ମ ଏବଂ ରେଳ ଡବା ଫାଙ୍କରେ ପଡିଯାଇଥିଲେ ସେହି ସମୟରେ ଟ୍ରେନଟି ଗଡିବା ଆରମ୍ଭ କରିଥିଲା। ଫଳରେ ସେ ପା୍ଲଟଫର୍ମ ଓ ରେଳ ଡବା ମଧ୍ୟରେ ଚାପି ହୋଇ ପ୍ରାଣ ହରାଇଥିଲେ। ଡାକ୍ତର ଶ୍ରୀ ସାମଲ ଢ଼େଙ୍କାନାଳ ଅଚଂଳର ମୂଳ ଅଧିବାସୀ ବୋଲି ଜଣାପଡିଛି। ତେବେ ଡାକ୍ତର କାହିଁକି ବଇଣ୍ଡା ଷ୍ଟେସନରେ ଓହ୍ଲାଇଥିଲେ ସେ ନେଇ ତଦନ୍ତ ଚାଲିଥିବା ଜଣାଯାଇଛି।