ରାତି ଅଧିଆ ଶିଖ୍ ବ୍ୟକ୍ତିଙ୍କ ଘରେ ବିଧାୟକ ଓ ଡିଏସପି: ସାନ୍ତ୍ୱନା ନା ଧମକ?

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରେ କାଲି ରାତିର ଘଟଣା। ବୁଧବାର ଅଧରାତିରେ ୩ଜଣ ବ୍ୟକ୍ତି ଲକ୍ଷ୍ମୀସାଗର ଅଞ୍ଚଳରେ ରହୁଥିବା ଜଣେ ଶିଖ୍ ବ୍ୟକ୍ତିଙ୍କ ଘରକୁ ଯାଇଥିଲେ। କବାଟ ବନ୍ଦ ଥିବାରୁ ବେଲ୍ ମାରିଥିଲେ। କେହି ନଖୋଲିବାରୁ କବାଟ ପିଟିଥିଲେ ବି ତଥାପି ଖୋଲିଲେ ନାହିଁ। ଆଉ ଶେଷରେ ସେହି ସ୍ଥାନରୁ ଚାଲିଆସିଥିଲେ। ସକାଳ ପାହିବା ପରେ ଉକ୍ତ ଘଟଣାର ଭିଡିଓ ସିସିଟିଭି ଫୁଟେଜରେ ଦେଖିଲା ବେଳକୁ ରାତି ଅଧରେ ଯାଇଥିବା ଲୋକଟି ହେଉଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା ଓ ପୁଲିସ ଡିଏସପି ଅନୁପ ପଟ୍ଟନାୟକ।

ପ୍ରକାଶ ଥାଉକି ପାର୍କିଂ କଥାକୁ ନେଇ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ଜଣେ ଶିଖ୍ ସମ୍ପ୍ରଦାୟର ବ୍ୟକ୍ତି ପରବିନ୍ଦର ସିଂଙ୍କୁ ପୁଲିସ ଉପସ୍ଥିତିରେ ଆକ୍ରମଣ କରିଥିଲେ। ଫଳରେ ପରବିନ୍ଦର ଗୁରୁତ ଭାବେ ଆହତ ହୋଇଥିଲେ। ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିବାର କେଇ ଘଣ୍ଟା ପରେ ଜାମିନ ମିଳିଥିଲା। ତେବେ ଏତେ ବଡ ଘଟଣାରେ ଅଭିଯୁକ୍ତମାନେ କିପରି ଜାମିନ ପାଇଲେ ତାହା ପୁଲିସର ପାରିବା ପଣିଆକୁ ଦେଖାଇଛି।

ତେବେ ୠତକାଲିର ଘଟଣାକୁ ନେଇ ବିଧାୟକ ଅନନ୍ତ ନାରାୟଣ ଜେନା ଗଣମାଧ୍ୟମକୁ କହିଛନ୍ତି ଯେ, ମୁଁ ତାଙ୍କୁ ସାନ୍ତ୍ୱନା ଦେବା ପାଇଁ ଯାଇଥିଲୁ। ଆଜି ସକାଳେ ମଧ୍ୟ ଯାଇ ତାଙ୍କର ଆଶୁ ଆରୋଗ୍ୟ କାମନା କଲି ବୋଲି ଅନନ୍ତ କହିଛନ୍ତି। କିନ୍ତୁ ପୁଲିସ କମିଶନରେଟରେ ଅନୁପ ନଥାଇ ବି ପରବିନ୍ଦରଙ୍କ ଘରକୁ ଯିବା ଓ ବିଧାୟକ ରାତି ଅଧରେ ଯିବା ଚର୍ଚ୍ଚାର ବିଷୟ ହୋଇଛି।