ଆହୁରି ସୁନ୍ଦର ଦିଶିବ ପୁରୀ ସହର

ପୁରୀ,ଏନ୍ଏନ୍ଏସ୍: ମୁଁ ପୁରୀ ଆସିଲେ ବହୁତ ଖୁସି ଅନୁଭବ କରେ। ସେଥିପାଇଁ ମୋତେ ପୁରୀ ଆସିବାକୁ ବହୁତ ଭଲ ଲାଗେ। ପୁରୀ ସହର ଆଗକୁ ଆହୁରି ସୁନ୍ଦର ଦିଶିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତ କରି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଗଣମାଧ୍ୟମ ଯୋଗେ ସେ ସମସ୍ତଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୁରୀରେ ଐତିହ୍ୟ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ଉନ୍ନୟନ ପ୍ରକଳ୍ପ ସମୂହର ଶିଳାନ୍ୟାସ କରିଛନ୍ତି ।

ଶ୍ରୀସେତୁ ସମେତ ଶ୍ରୀଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କମ୍ପଲେକ୍ସ, ପୁରୁଣା ଜେଲ୍‌ ଜମିରେ ବହୁତଳ କାର୍‌ ପାର୍କିଂ, ମ୍ୟୁନିସ୍‌ପାଲ ମାର୍କେଟ କମ୍ପଲେକ୍ସ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି।