ଛାତ୍ରଙ୍କୁ କାମୁଡି ବନ୍ଧା ହେଲେ ଅଧ୍ୟାପକ

ଖୋର୍ଦ୍ଧା,ଏନଏନଏସ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ରମାମଣୀ ମହାବିଦ୍ୟାଳୟରେ ଜଣେ ଛାତ୍ରଙ୍କୁ ଉକ୍ତ କଲେଜର ଅଧ୍ୟାପକ କାମୁଡି ବନ୍ଧା ହୋଇଛନ୍ତି । ଆଜି ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ମହାବିଦ୍ୟାଳୟ ଶିକ୍ଷା ବିଭାଗର ଅଧ୍ୟାପକ ଆଶୁତୋଷ ମହାପାତ୍ର ୧୫ ଦିନ ତଳେ ଛାତ୍ରୀମାନଙ୍କୁ ଅସଦାଚରଣ ସହ ଅଶାଳୀନ ବ୍ୟବହାର କରିଥିବା କଥା ଛାତ୍ରୀ ମାନେ ଅଧକ୍ଷାଙ୍କୁ ଜଣାଇଥିଲେ । କିନ୍ତୁ କଲେଜ ଅଧକ୍ଷା ଉପରିସ୍ତ ଅଧିକାରୀଙ୍କୁ ଜଣାଇ ଉକ୍ତ ଅଧ୍ୟାପକଙ୍କୁ କଲେଜ ନଆସିବା ପାଇଁ ନିଦ୍ଦେର୍ଶ ଦେଇ ଚୁପ୍ ବସିଯାଇଥିଲେ । ଯାହା ଫଳରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି ।

ଆଜି ଅଧ୍ୟାପକ ଜଣଙ୍କ କଲେଜ ଆସିଥିବାରୁ ଛାତ୍ରଛାତ୍ରୀ ମାନେ କଣ ପାଇଁ ଆସିଛନ୍ତି କହି ତାଙ୍କୁ ବିରୋଧ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଅଧ୍ୟାପକ ଜଣକ ଜଣେ ଛାତ୍ରର ଆଙ୍ଗୁଠିକୁ କାମୁଡି ରକ୍ତାକ୍ତ କରିଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଛାତ୍ର ଛାତ୍ରୀ ମାନେ ଅଧ୍ୟାପକଙ୍କ ଗାଡିକୁ ଭାଙ୍ଗି କଲେଜରେ ହୋହଲା କରିଥିଲେ । ଘଟଣା ଉଗ୍ରରୂପ ନେବାରୁ ଅଧକ୍ଷା ଉକ୍ତ ଶିକ୍ଷକଙ୍କୁ ଏକ କୋଠରୀରେ ତାଲା ପକାଇ ପୋଲିସକୁ ଖବର ଦେଇଥିଲେ ।

ଘଟଣାସ୍ଥଳରେ ବେଗୁନିଆ ପୋଲିସ ଅଧକ୍ଷାଙ୍କ ଠାରୁ ଅଭିଯୋଗ ପାଇ ତାଲା ଭାଙ୍ଗି ଉକ୍ତ ଅଧ୍ୟାପକଙ୍କୁ ଗିରଫ କରିଥିଲା । ତେବେ ଅଧକ୍ଷା ପୂର୍ବରୁ ଉଚିତ ପଦକ୍ଷେପ ନେଇଥିଲେ ଆଜି ଏଭଳି ଘଟଣା ଘଟି ନଥାନ୍ତା ବୋଲି ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି ।