କନ୍ଧମାଳ,ଏନ୍ଏନ୍ଏସ୍: ରାଇକିଆ ଥାନା ପୁଲିସ ସୋମବାର ଏକ ଚୋରା ଗଞ୍ଜେଇ ନେଇଯାଉଥିବା ଗାଡ଼ିକୁ ପିଛା କରୁଥିବା ବେଳେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଛି। ଏଥିରେ ଥାନାର ଆଇଆଇସି ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଏକ ଧଳା ରଙ୍ଗର କାରରେ ଗଞ୍ଜେଇ ଚାଲାଣ ହେଉଥିବା ଜାଣିବା ପରେ ପୁଲିସ ଉକ୍ତ ଗାଡ଼ିର ପିଛା କରିଥିଲା। ଏହି ସମୟରେ ପିଛାମଣ୍ଡାକିଆ ନିକଟରେ ଥିବା ଏକ ବ୍ରିଜରେ ଗଞ୍ଜେଇ ଭର୍ତ୍ତି ଗାଡ଼ିକୁ ଅତିକ୍ରମ ପାଇଁ ଉଦ୍ୟମ କରୁଥିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡ଼ିଥିଲା।
