ସ୍କୁଟି ପଛରେ ବାଡେଇଲା ଟ୍ରକ: ୨ ବିଇଡି ଛାତ୍ରୀ ଆହତ, ୧ ଗୁରୁତର

ଜଗତସିଂହପୁର,ଏନ୍ଏନ୍ଏସ୍: ଜଗତସିଂହପୁର ବଡବଜାର ସ୍ଥିତ ହୋଣ୍ଡା ସୋରୁମ ସମ୍ମୁଖ ରାସ୍ତାରେ ଏକ ସ୍କୁଟି ପଛରେ ଏକ ୧୦ ଚକିଆ ଟ୍ରକ ଧକ୍କା ଦେବା ନେଇ ସ୍କୁଟିରେ ବସିଥିବା ୩ଜଣ ବିଇଡି ଛାତ୍ରୀଙ୍କ ମଧ୍ୟରୁ ୨ଜଣ ଆହାତ ହୋଇଥିବା ବେଳେ ଜଣଙ୍କ ଗୁତୁତର ହୋଇଛନ୍ତି। ୩ଜଣଙ୍କୁ ଘଟଣାସ୍ତଳରୁ ଉଦ୍ଧାର କରାଯାଇ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଗୁରୁତର ଛାତ୍ରୀ ଜଣଙ୍କ ତଳିପେଟ ଜଙ୍ଘରେ ଶକ୍ତ ଆଘାତ ଲାଗି ରକ୍ତାକ୍ତ ହେବା ନେଇ ତାକୁ ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଓଟିରେ ପ୍ରାଥମିକ ଚିକିତ୍ସା କରାଯିବା ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା

ତେବେ ପରିବାର ଲୋକେ କଟକ ବଡ ମେଡିକାଲରୁ ଏକ ଘରୋଇ ଅଶ୍ବିନୀ ହସ୍ପିଟାଲକୁ ସ୍ଥାନାନ୍ତର କରି ନେଇଥିବା ଜଣାଯାଇଛି। ତେବେ ଆହତ ହୋଇଥିବା ଛାତ୍ରୀ ୨ଜଣ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳରେ ଚିକିତ୍ସିତ ହେଉଛନ୍ତି। ଆହତ ୨ ଜଣ ଛାତ୍ରୀ ହେଲେ ଭୁବନେଶ୍ବର ସାମନ୍ତରାପୁର ଅଂଚଳର ଶୁଭଲକ୍ଷ୍ମୀ ଦତ୍ତ(୨୬) ଯିଏକି ସ୍ଥାନୀୟ ମିନର୍ଭା ଛାତ୍ରୀବାସରେ ରହି ଜଗତସିଂହପୁର ଡିଆରଇଟି ବିଇଡି କରୁଥିଲେ।

୨ୟ ଜଣଙ୍କ ନାଉଗାଁ ଥାନା ଅର୍ନ୍ତଗତ ମୁଣ୍ଡାଳ ଗ୍ରାମର ଲିଜା ରାଉତ(ବିଇଡି ୨ବର୍ଷ) ଓ ଗୁରୁତର ଛାତ୍ରୀ ଜଣଙ୍କ ସେହି ନାଉଗାଁ ଥାନା ନାଉଗାଁ ଗ୍ରାମର ଅକ୍ଷୟ ପରିଜାଙ୍କ ସେହି ଡିଆରଇଟି ବିଇଡି ୨ୟ ବର୍ଷ ଝିଅ ମଧୁସ୍ମିତା ପରିଜା ବୋଲି ଜଣାଜାଇଛି।

ଅପର ପକ୍ଷରେ ସଦର ପୁଲିସ ଘଟଣା ସ୍ଥଳରେ ପହଂଚି ଟ୍ରକଜୁ ଜବତ କରିବା ସହିତ ଚାଳକ ଙ୍କୁ ଥାନାରେ ଅଟକ ରଖାଯାଇଥିବା ଜଣା ଯାଇଛି। ସୁଚନାରୁ ଜଣାଯାଇଛି ଅପରାହ୍ନରେ ୩ଜଣ ଛାତ୍ରୀ ହୋଣ୍ଡା ସୋରୁମ ନିକଟ ଏକ ଦୋକାନରୁ ମାର୍କେଟିଂ କରି ଏକ ସ୍କୁଟିରେ ପୁନଙ୍ଗ ସ୍ଥିତ ଡିଆରଇଟିକୁ ପେଂରିବା ପାଇଁ ରାସ୍ତାକୁ ଧିରେ ଧିରେ ଗଡାଉଥିବା ସମୟରେ ପଛ ପାର୍ଶ୍ବରୁ ଜଗତସିଂହପୁରରୁ କଟକ ଅଭିମୁଖେ ଯାଉଥିବା ଖାଲି ୧୦ ଚକିଆ ଟ୍ରକ ସ୍କୁଟି ପଛରୁ ଧକ୍କା ଦେଇ ଏପରି ଘଟଣା ଘଟାଇଥିଲା।