ତୀର୍ଥଯାତ୍ରା ହେଲା ଶେଷ ଯାତ୍ରା ମର୍ମନ୍ତୁଦ ସଡକ ଦୂର୍ଘଟଣାରେ ୨ ମୃତ, ୩ ଆହତ

କେନ୍ଦ୍ରାପଡା,ଏନ୍ଏନ୍ଏସ୍: ବୁଧବାର ବିଳମ୍ବିତ ରାତିରେ କେନ୍ଦ୍ରାପଡାର ଦୁଇପରିବାର ତୀର୍ଥ ଦର୍ଶନ ସାରି ଟ୍ୟାକ୍ସିରେ ଘରକୁ ଫେରୁଥିବା ବେଳେ କଟକ- ଚାନ୍ଦବାଲି ରାସ୍ତାର ଦୁହୁରିଆ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି। ଦୃତ ଗତିରେ ଆସୁଥିବା ଟ୍ୟାକ୍ସିଟି ରାସ୍ତାରେ ଅଟକିଥିବା ଏହ ସିମେଂଟଣ୍ଟବୋଝେଇ ଟ୍ରକ ପଛରେ ଭାରସାମ୍ୟ ହରାଇ ପିଟି ହେବାରୁ ୨ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ତେବେ ଏହି ଟ୍ୟାକ୍ସିରେ ଥିବା ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଏମ୍ସ ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛିି।
ଘଟଣାରୁ ପ୍ରକାଶ ଯେ, କିଏ ଜାଣିଥିଲା ଯେ, ଏହି ତୀର୍ଥଯାତ୍ରା ଦୁଇଟି ଜୀବନ ପାଇଁ ଶେଷଯାତ୍ରା ହେବ। ପୁରୀର ଜଗନ୍ନଥ ଦର୍ଶନ କରି ତୁଳସୀକ୍ଷେତ୍ରକୁ ଖୁସିରେ ବାହୁଡିବା ବାଟରେ ସେମାନଙ୍କ ଜୀବନର ଦୀପ ଘରେ ପହଞ୍ଚିବା ପୂର୍ବରୁ ଲିଭିଯିବ। ଗତ ମଙ୍ଗଳବାର କେନ୍ଦ୍ରାପଡାରୁ ବହାରି ଦୁଇ ପରିବାରର କିଛି ସଦସ୍ୟ ହସଖୁସିରେ ପୁରୀ ତଥା ବିଭିନ୍ନ ତୀର୍ଥ ସ୍ଥଳ ଓ ଦର୍ଶନୀୟ ସ୍ଥାନ ପରିଦର୍ଶନ କରିଥିଲେ। ଶେଷରେ ସେମାନେ ବୁଧବାର କେନ୍ଦ୍ରାପଡାକୁ ଟ୍ୟାକ୍ସିରେ ଫେରୁଥିବାବେଳେ ଘରେ ପହଂଚିବାକୁ ଆଉ ମାତ୍ର କେତୋଟି ମିନିଟର ରାସ୍ତାଥିଲା।

ଦୁହୁରିଆ ନିକଟ କଟକ – ଚାନ୍ଦବାଲି ରାସ୍ତା ଉପରେ ଛିଡା ହୋଇଥିବା ଏକ ସିମେଂଟ ଟ୍ରକ ପଛରେ ଭାରସାମ୍ୟ ହରାଇ ଟ୍ୟାକ୍ସିଟି ଧକ୍କା ହୋଇଥିଲା। କାର ଭିତରେ ଥିବା କଜଳା ଗ୍ରାମର ଦେବାଶିଷ ପଣ୍ଡାଙ୍କ ପତ୍ନୀ ପ୍ରଣତି ପଣ୍ଡା(୩୮) ଓ କାକଟ ଗ୍ରାମର ବିଜୟ ସାହୁ(୪୬)ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ପ୍ରଣତିଙ୍କ ସ୍ୱାମୀ ଦେବାଶିଷ ପଣ୍ଡା ଓ ତାଙ୍କର ଏକ ୮ବର୍ଷର ପୁଅ ସମେତ ଚାଟରାପାଟଣା ଗ୍ରାମର ପ୍ରତାପ ମହାନ୍ତି(୨୬)ଙ୍କୁ ଗୁରୁତର ଅବସ୍ଥାରେ କାର ଭିତରୁ ଉଦ୍ଧାର କରାଯାଇ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱରସ୍ଥ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଏହି ତୀର୍ଥଯାତ୍ରା ଦୁଇଜୀବନ ପାଇଁ ଅନ୍ତିମଯତ୍ରା ହୋଇଥିବାବେଳେ କାନ୍ଦ ବୋବାଳିରେ ଫାଟିପଡିଥିଲା।