ତରକାରିକୁ ନେଇ ମା’ଙ୍କ ସହ ଝଗଡ଼ା, ବିପି ଔଷଧ ଖାଇ ନାବାଳିକାର ଆତ୍ମହତ୍ୟା

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଖମୁଆଁ ଗ୍ରାମରେ ଜଣେ ନାବାଳିକା ବାପାଙ୍କ ବି.ପି ମେଡ଼ିସିନ ଖାଇ ଆତ୍ମହତ୍ୟା କରିଛନ୍ତି। ମୃତ ନାବାଳିକା ଖମୁଆଁ ଗ୍ରାମର ପର୍ଶୁରାମ ନାୟକଙ୍କ ଝିଅ ରୁବି ନାୟକ। ସୂଚନା ଅନୁସାରେ ଗତକାଲି ନୂଆବର୍ଷ ଆରମ୍ଭ ହୋଇଥିବାବେଳେ ରୁବି ଓ ତାଙ୍କ ମା’ଙ୍କ  ମଧ୍ୟରେ ତରକାରିକୁ ନେଇ ବଚସା ହୋଇଥିଲା।

ତେବେ ପରେ ରୁବି ନ ଖାଇ ରାତିରେ ଶୋଇବାକୁ ଚାଲିଯାଇଥିଲେ। ଏହା ପରେ ରୁବି ତାଙ୍କ ବାପାଙ୍କ ବିପି ମେଡ଼ିସିନକୁ ଖାଇଦେଇଥିଲେ। ପରେ ପରିବାର ଲୋକେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଏହି ପରିପ୍ରେକ୍ଷୀରେ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ତଦନ୍ତ ଜାରି ରହିଛି।