ହାତୀଙ୍କ ଉପଦ୍ରବ: ପଶ୍ଚିମବଙ୍ଗଳାରେ ପ୍ରଶିକ୍ଷଣ ନେବେ ଓଡ଼ିଶା ବନ ଅଧିକାରୀ 

ଭୁବନେଶ୍ୱର,ଏନ୍ଏନ୍ଏସ୍: ମଣିଷ ଓ ହାତୀଙ୍କ ସଂଘର୍ଷର ଅନେକ ଧନ ଜୀବନ କ୍ଷତିଗ୍ରସ୍ତ ହେଉଥିବାବେଳେ ହାତୀମାନଙ୍କୁ କାବୁ କରିବାରେ ବନ ବିଭାଗ ଅଧିକାରୀମାନେ ବିଫଳ  ହେଉଛନ୍ତି। ଫଳରେ ଓଡ଼ିଶା ସରକାର ବନ ବିଭାଗକୁ ପ୍ରଶିକ୍ଷଣ ପାଇଁ ପଶ୍ଚିମବଙ୍ଗଳା ପଠାଇବାକୁ ନିଷ୍ପତ୍ତି ନେଇଛି।

ପଶ୍ଚିମବଙ୍ଗଳା ସରକାରଙ୍କ ଦ୍ୱାରା ତାଙ୍କ ରାଜ୍ୟରେ ମଣିଷ ଓ ହାତୀଙ୍କ ମଧ୍ୟରେ ହେଉଥିବା ସଂଘର୍ଷକୁ ରୋକିବାରେ ସଫଳ ହୋଇଛନ୍ତି, ସେ ନେଇ ଆମ ରାଜ୍ୟର ବନ ବିଭାଗ କର୍ମଚାରୀ ତଥା ରେଞ୍ଜର ମାନଙ୍କୁ ପ୍ରଶିକ୍ଷଣ ପାଇଁ ପଶ୍ଚିମବଙ୍ଗଳାକୁ ପଠାଇବାକୁ ନିଷ୍ପତ୍ତି ହୋଇଛି। ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ କିଛି ବରିଷ୍ଠ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ପାଇଁ ପଡ଼ୋଶୀ ରାଜ୍ୟକୁ ପଠାଯିବ ବୋଲି ମୁଖ୍ୟ ବନ୍ୟଜୀବୀ ୱାର୍ଡନ ହରି ଶଙ୍କର ଉପାଧ୍ୟାୟ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।

ଏଥିସହ ରାଜ୍ୟ ସରକାର ହାତୀଙ୍କ ଆକ୍ରମଣରୁ ବଞ୍ଚି ଲୋକଙ୍କୁ ସୁରକ୍ଷା ଦେବାପାଇଁ ପଶ୍ଚିମ ବଙ୍ଗଳାରୁ ଏକ ସ୍ୱତନ୍ତ୍ର ଗାଡ଼ି ମଧ୍ୟ କିଣାଯାଇଛି। ତାଳଚେର ଓ ଅନୁଗୁଳର କେତେକ କ୍ଷେତ୍ରରେ ଲୋକଙ୍କ ବସ୍ତିରେ ହାତୀ ବୁଲୁଥିବା ନେଇ, ଉପାଧ୍ୟାୟ କହିଛନ୍ତି ଯେ ବୈଜ୍ଞାନିକମାନେ ହାତୀମାନଙ୍କୁ ଘଉଡ଼ାଇବା ପାଇଁ ଏକ ରେଡିଓ କୋଲାର୍ସ ପ୍ରସ୍ତୁତ କରିଛନ୍ତି। ଯାହାଦ୍ୱାରା  ହାତୀମାନଙ୍କୁ ସହଜରେଜନବସତିରୁ ଘଉଡ଼ାଇ ଯାଇପାରିବ ବୋଲି କହିଛନ୍ତି।