ପ୍ରେମିକ ସହ ମିଶି ନିଜ ସ୍ୱାମୀକୁ ହତ୍ୟ ପାଇଁ ସୁପାରିଶ ଦେଲା ସ୍ତ୍ରୀ, ୪ ଗିରଫ

ସୁନ୍ଦରଗଡ଼,ଏନ୍ଏନ୍ଏସ୍: ସ୍ୱାମୀକୁ ମାରିବାକୁ ସୁପାରିଶ ଦେଲା ସ୍ତ୍ରୀ। ନିଜ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ର ରଚିଥିବା ସ୍ତ୍ରୀକୁ ପୁଲିସ ଗିରଫ କରିଛି। ଏହି ପରିପ୍ରେକ୍ଷୀରେ ତା’ର ପ୍ରେମିକ ଓ ୨ଜଣଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅନ୍ତର୍ଗତ କେନ୍ଦିରିକଳା ନିକଟ ଜଙ୍ଗଲରୁ ଗତ ୧୯ତାରିଖରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଯୁବକ ଜଣଙ୍କୁ ପଥରରେ ଛେଚିବା ସହ ଗଳାକାଟି ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା।

ଏହି ଘଟଣାରେ ପୁଲିସ ତଦନ୍ତ କରିବା ପରେ ଏହି ହତ୍ୟା ପଛରେ ଯୁବକଙ୍କ ସ୍ତ୍ରୀର ହାତ ଥିବା ଜାଣିବାକୁ ପାଇଥିଲା। ତେବେ ମହିଳା ଜଣଙ୍କ ଅନ୍ୟଜଣେ ଯୁବକଙ୍କ ସହ ପେମ ସମ୍ପର୍କ ରଖି ତା’ସହ ରହିବା ପାଇଁ ନିଜ ସ୍ୱାମୀକୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲେ। ଯୋଜନା ଅନୁସାରେ ପ୍ରେମିକ ଓ ୨ କିଲରଙ୍କୁ ସୁପାରିଶ ଦେଇ ସ୍ୱାମୀଙ୍କୁ ଜୀବନରୁ ମାରିଦେଇଥିଲେ। ଏ ନେଇ ପୁଲିସ ସ୍ତ୍ରୀକୁ ପଚରାଉଚୁରା କରିବା ପରେ ଘଟଣା ଉପରୁ ପରଦା ହଟିଛି। ଏହା ସହିତ ପୁଲିସ ଅଭିଯୁକ୍ତ ସ୍ତ୍ରୀ, ତା’ ପ୍ରେମିକ ସହିତ ୨ ସୁପାରି କିଲରଙ୍କୁ ଗିରଫ କରିଛି।