ଭିଜିଲାନ୍ସ ଜାଲରେ ଫରେଷ୍ଟର, ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରୋଡ

ବାଲିଗୁଡା,ଏନ୍ଏନ୍ଏସ୍: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ବାଲିଗୁଡ଼ା ଆଚାର୍ୟ୍ୟ କଲୋନୀରେ ରହୁଥିବା ଫରେଷ୍ଟର କୈଳାଶ ଚନ୍ଦ୍ର ସାହୁଙ୍କ ବାସଭବନ ସମେତ ୭ଟି ସ୍ଥାନରେ ଚଢ଼ଉ କରାଯାଇଛି। ଫୁଲବାଣୀ ଓ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ପଣସପଡ଼ି, ଗୁଳିମରାପଦା, ନୂଆସାହି, ଇଲେକ୍ଟ୍ରିସାହି, ସାରଙ୍ଗଗଡ଼ ସମେତ ବହୁ ଜାଗାରେ ଫୁଲବାଣୀ ଡିଏସପି ରବୀନ୍ଦ୍ର ସୁନାଙ୍କ ନେତୃତ୍ୱରେ ଏକ ୭ଜଣିଆ ଟିମ୍ ଚଢ଼ଉ କରିଛି। ସେହିପରି ଓଡ଼ିଶାର ବ୍ରହ୍ମପୁର, ପୁରୀ, ଭୁବନେଶ୍ୱର, କଳାହାଣ୍ଡି, ଜିଲ୍ଲାମାନଙ୍କରେ ଅସ୍ଥାବର ସମ୍ପତ୍ତି ଥିବା ତଥ୍ୟ ହାସଲ କରିଛି ଭିଜିଲାନ୍ସ।

ଫରେଷ୍ଟର ଶ୍ରୀ ସାହୁ ସାଧାରଣ ଜଣେ ଫରେଷ୍ଟର ହୋଇ କୋଟିକୋଟି ଟଙ୍କାର ଅଟ୍ଟାଳିକାର ମାଲିକ ହୋଇଥିବା ନେଇ ଭିଜିଲାନ୍ସ ଠାରେ ପୂର୍ବରୁ ଅଭିଯୋଗ ହୋଇଆସୁଥିଲା। ଶ୍ରୀ ସାହୁ ତୁମୁଡ଼ିବନ୍ଧ ଓ କ.ନୂଆଗାଁ ଫରେଷ୍ଟର ରେଞ୍ଜରେ ରହିଥିବା ସମୟରେ ବହୁ ଘୋଟଲା କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ଫୁଲବାଣୀ ଡିଏସପି ରବୀନ୍ଦ୍ର ସୁନାଙ୍କନେତୃତ୍ୱରେ ଏକ ୭ଜଣିଆ ଟିମ ଆଜି ଚଢ଼ଉ କରିଥିଲେ।