କାଜାଗିସ୍ତାନର ଅଲମାଟି ବିମାନ ଦୁର୍ଘଟଣା, ୭ ମୃତ

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଶୁକ୍ରବାର ୧୦୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବିମାନ କାଜାଗିସ୍ତାନର ଅଲମାଟି ବିମାନ ବନ୍ଦର ନିକଟରେ କ୍ରାସ ଲ୍ୟାଣ୍ଡି କରିଥିବା ଜଣାପଡ଼ିଛି। ଏଥିରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ସ୍ଥାନୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଶୁକ୍ରବାର ସକାଳ ୭ଟା ୨୨ରେ ଅଲ୍‌ମାଟି ଆନ୍ତର୍ଜାତିକ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରି ବେକ୍‌ ଏୟାର୍‌ର ବିମାନଟି ତଳକୁ ଖସି ଗୋଟାଏ ଦୁଇ ତାଲା କୋଠା ଉପରେ ପଡ଼ିଯାଇଥିଲା। ପାଞ୍ଚ ଜଣ କ୍ରୁ’ ମେମ୍ବର୍‌ଙ୍କ ସହ ସେ ବିମାନରେ ୯୫ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣା ଯୋଗୁଁ ୭ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା କଥା ସ୍ଥାନୀୟ ବିମାନ ଚଳାଚଳ କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି।
ରାଜଧାନୀ ନୁର୍‌-ସୁଲ୍‌ତାନ ଆଡ଼କୁ ବାହାରିଥିବା ଏହି ବିମାନଟି ଉଡ଼ାଣ ସମୟରେ ଖସି ପଡ଼ି ଗୋଟାଏ କଙ୍କ୍ରିଟ୍‌ ଦିଆଲକୁ ଭାଙ୍ଗି ଏକ ଛୋଟ କୋଠା ଉପରେ ପଡ଼ିଯାଇଥିଲା ବୋଲି କାଜାକ୍‌ସ୍ତାନର ବେସାମରିକ ବିମାନଚଳାଚଳ କମିଟି ତା’ର ବିବୃତିରେ କହିଛି। ଏହି ବିବୃତିରେ ଆହୁରି କୁହାଯାଇଛି, ଏବେ ମୃତ୍ୟୁସଂଖ୍ୟା ୭। ବିମାନ ମଧ୍ୟରେ ରହିଥିବା ଅନ୍ୟ ଯାତ୍ରୀମାନଙ୍କୁ ବାହାର କରିବାକୁ ଘଟଣାସ୍ଥଳରେ ଜରୁରୀକାଳୀନ ସେବା କାମ କରୁଛି।