ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା ଚାଳ ଘର, ବାସହୀନ ହୋଇଗଲେ ବିଧବା ମହିଳା ଜିଲ୍ଲା By Nitidin On Dec 9, 2019 Share ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖୁଣ୍ଟାପିଙ୍ଗୁ ଗ୍ରାମରେ ସୋମବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଚାଳ ଘର ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ସୂଚନା ଅନୁସାରେ ଉକ୍ତ ଗ୍ରାମର ବିଧବା ମହିଳା ଜିଙ୍ଗି ମୁଣ୍ଡାଙ୍କର ଦୁଇ ବଖରା ଘର ପୋଡ଼ିଯାଇଛି। ଏଥିସହ ଘରକୁ ଲାଗିଥିବା ଧାନ ଖଳାରେ ମଧ୍ୟ ନିଆଁ ଲାଗିଯାଇ ପୋଡ଼ିଯାଇଛି। ଗ୍ରାମବାସୀମାନେ ଏକତ୍ର ହୋଇ ନିଆଁକୁ ଆୟତ୍ତ କରିଥିଲେ ହେଁ ସେତେବେଳକୁ ସମ୍ପୂର୍ଣ୍ଣ ଘରଟି ଜଳିଯାଇଥିଲା। ତେବେ ଜିଙ୍ଗି ଜଣେ ଅସହାୟ ମହିଳା ହୋଇଥିବାରୁ ଖୁବ ଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। Share