ହଜାରିବାଗରେ ଜନସଭାଗୁ ଉଦବୋଧନ କଲେ ରାହୁଲ ଗାନ୍ଦୀ, ପୁଣି ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କଲେ

ହଜାରିବାଗ,ଏଜେନ୍ସି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଏ ନେଇ ଷ୍ଟାର ପ୍ରଚାରକମାନେ ନିଜର ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସୋମବାର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଝାଡ଼ଖଣ୍ଡର ହଜାରିବାଗ ଗସ୍ତ କରି ଏକ ସମ୍ମିଳନୀରେ ଯୋଗଦେଇଛନ୍ତି। ସେଠାରେ ସେ ଏକ ଜନସଭାକୁ ଉଦବୋଧନ ଦେବାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି।

ଏ ନେଇ ସେ କହିଛନ୍ତି ଯେ ବର୍ତ୍ତମାନ ଆମ ଦେଶରେ ମହିଳାମାନେ ଘର ବାହାରକୁ ଗୋଡ଼ କାଢି ପାରୁ ନାହାନ୍ତି। ପ୍ରଧାନମନ୍ତ୍ରୀ ଆପଣ କେମତି ମହିଳାମାନଙ୍କୁ ରକ୍ଷା କରୁଛନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ ଯେ ହାଇଦ୍ରାବାଦ ଗଣବଳାତ୍କାର ଓ ଉନ୍ନାଓ ଗଣବଳାତ୍କାର ପରେ ଦେଶରେ ଏଭଳି ମାମଲା ବଢିବାରେ ଲାଗିଛି।

ଏ ନେଇ ମହିଳାମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ତେବେ ଏ ନେଇ ସରକାର କ’ଣ ପଦକ୍ଷେପ ନେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହ ତାଙ୍କ ସରକାର ରାଜ୍ୟମାନଙ୍କରେ କିଭଳି ନାରୀମାନେ ସୁରକ୍ଷିତ ଭାବେ ଅଛନ୍ତି ସେ ନେଇ ଜନତାଙ୍କ ଆଗରେ ଦୃଢ଼ତା ପ୍ରକାଶ କରିଛନ୍ତି।