ଡିସେମ୍ବର ୨୬ ରୁ ଜାନୁଆରୀ ୪ ପର୍ୟ୍ୟନ୍ତ ଭିତରକନିକା ବନ୍ଦ

ରାଜନଗର,ଏନ୍ଏନ୍ଏସ୍ : ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ବଉଳା କୁମ୍ଭୀରଙ୍କ ଅନ୍ତୁଡିଶାଳ ଭାବେ ପରିଚିତ । ଆସନ୍ତା ଡିସେମ୍ବର ୨୬ରୁ ଜାନୁଆରୀ ୪ତାରିଖ ପର୍ୟ୍ୟନ୍ତ କୁମ୍ଭୀର ଗଣନା କରାଯିବ। ଭିତରକନିକାର ନଦୀନାଳ ବିଶେଷକରି ରାଜନଗର ବନଖଣ୍ଡ ଅନ୍ତର୍ଗତ ରାଜନଗର ରେଂଜ, କନିକା ରେଂଜ, ଗହୀରମଥା ଓ କୁଜଙ୍ଗ ରେଂଜରେ ଏଡି ଗଣନା କରାଯିବ। ତେଣୁ ପର୍ୟ୍ୟଟକଙ୍କ ପାଇଁ ଏହି ସମୟ ଜାତୀୟ ଉଦ୍ୟାନ ବନ୍ଦ ରହିବ ବୋଲି ବନଖଣ୍ଡ ଅଧିକାରୀ ବିକାଶ ରଂଜନ ଦାଶ ସୂଚନା ଦେଇଛନ୍ତି।