କେନ୍ଦ୍ରାପଡ଼ା,ଏନ୍ଏନ୍ଏସ୍ : କେନ୍ଦ୍ରାପଡ଼ା ୫ ନମ୍ବର ଜାତୀୟରାଜପଥ ମାର୍ଶାଘାଇ ଥାନା ଅନ୍ତର୍ଗତ ତାରିଣୀ ଛକ ନିକଟରେ ମଙ୍ଗଳବାର ଏକ ବସ- ଟ୍ରକ ମଧ୍ୟରେ ଧକ୍କା ହୋଇଛି। ରଙ୍ଗ ରୁଟରେ ଯିବା ବେଳେ ବସଟିକୁ ଉକ୍ତ ଟ୍ରକ ଧକ୍କା ଦେବାରୁ ୧୦ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଯାତ୍ରୀବାହୀ ବସଟି କଟକରୁ ପାରାଦୀପ ଅଭିମୁଖେ ଯିବା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଟ୍ରକ ସହ ଚାଳକ ଫେରାର ଥିବା ଫେରାର ଥିବା ସୂଚନା ମିଳିଛି।