ମହିଳାଙ୍କ ଗାଡ଼ିକୁ ଅଟକାଇ କାଗଜ ଯାଞ୍ଚ କଲେ ନକଲି ଆରଟିଓ

ପାଟଣା,ଏନ୍ଏନ୍ଏସ୍: ପାଟଣା ବଜାରରେ ୨ଜଣ ଦୁର୍ବୃତ୍ତ ଆରଟିଓ ଭାବେ ଆସି ମହିଳାଙ୍କୁ ଅଟକାଇ ଗାଡ଼ି କାଗଜପତ୍ର ମାଗୁଥିଲେ। ଏହି ସମୟରେ ସେଠାରେ ଲୋକମାନେ ଗଦା ହୋଇଯିବାରୁ ସେମାନେ ଫେରାର ହୋଇଯାଇଥିଲେ। ସୂଚନା ଅନୁସାରେ ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ବଜାରରେ ୨ଜଣ ଯୁବକ ଏକ କଳା ପଲସର ଗାଡ଼ିରେ ଆସି ପେଟ୍ରୋଲ ପମ୍ପ ନିକଟରେ ନକଲି ଆରଟିଓ ସାଜି ପାଟଣା ପଟୁ ଗଦାଧର ପୁରକୁ ଯାଉଥିବା ଏକ ସ୍କୁଟିକୁ ଅଟକାଇଥିଲେ।

ଦୁଇଜଣ ମହିଳା ସ୍କୁଟିରେ ଯାଉଥିବାବେଳେ ତାଙ୍କୁ ଅଟକାଇ ଗାଡ଼ିର କାଗଜପତ୍ର ମାଗିଥିଲେ। ପଲସର ଗାଡ଼ିରେ ଆରଟିଓ ଆସିବା ଘଟଣା ସନ୍ଦେହ ସୃଷ୍ଟି ହେବାରୁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ପରେ ସେମାନେ ନକଲି ଆରଟିଓ ବୋଲି ଜଣାପଡ଼ିବା ପରେ ବାଇକ୍ ସାହାଯ୍ୟରେ ଘଟଣାସ୍ଥଳରୁ ୨ଜଣ ଫେରାର ହୋଇଯାଇଥିଲେ। ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।