ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶିକାର କରିବାକୁ ଯାଇଥିବା ଜଣେ ଯୁବକଙ୍କ ମୃତ୍ୟ ଘଟିଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ବି.ଡକେବାଡ଼ି ଗ୍ରାମର କ୍ରୀଷ୍ଣା ନାୟକ(୨୮)। ସୂଚନା ଅନୁସାରେ ଶନିବାର ବି.ଡକେବାଡ଼ି ଗ୍ରାମର ୪ରୁ ୫ଜଣ ଶିକାରୀ ଜଙ୍ଗଲକୁ ବିଭିନ୍ନ ମାରଣାସ୍ତ୍ର ଓ ଦେଶୀ ବନ୍ଧୁକ ଧରି ଯାଇଥିଲେ।
