Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପଞ୍ଚାୟତସ୍ତରୀୟ ସଚେତନତା ସମାବେଶ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପଞ୍ଚାୟତସ୍ତରୀୟ ସଚେତନତା ସମାବେଶ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ମୁନିଗୁଡ଼ା ପଞ୍ଚାୟତ ତରଫରୁ ଗୌଡ଼ସାହି ନିକଟସ୍ଥ ଯାତ୍ରା ପଡ଼ିଆରେ ଆମ ଓଡ଼ିଶା, ନବୀନ ଓଡ଼ିଶାର ପଞ୍ଚାୟତସ୍ତରୀୟ ସଚେତନତା ସମାବେଶ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନିଲ କୁମାର ଯାଦବ ଓ ଗ୍ରାମ୍ୟ ରୋଜଗାର ସେବକ ଗୋପାଳ କରକରିଆଙ୍କ ମିଳିତ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଡ଼ିଓ ପ୍ରିତମ କୁମାର ତନ୍ତୀ, ସମ୍ମାନିତ ଅତିଥିଭାବେ ମୁନିଗୁଡ଼ା ସରପଞ୍ଚ ସରସ୍ୱତୀ ଶବର, ଜିଲ୍ଲା କୃଷି ଅଧିକାରୀ ଚିତ୍ତରଞ୍ଜନ ଶତପଥୀ, ସିଡିପିଓ ଡାଳିମ୍ବ ନାୟକ, ନାଏବ ସରପଞ୍ଚ ଚନ୍ଦ୍ରକଳା ଦୁବେ ଓ ସମିତି ସଭ୍ୟା ମମତା ପ୍ରାସ୍କାଙ୍କ ସମେତ ୱାର୍ଡ ମେମ୍ବରମାନେ ଉପସ୍ଥିତ ଥିଲେ । ବନ୍ଦେ ଉତ୍କଳ ଜନନୀ ଓ ଦେଶାତ୍ମବୋଧକ ସଙ୍ଗୀତ ଓ ଶାସ୍ତ୍ରୀୟ ନୃତ୍ୟ ପରେ ମୁଖ୍ୟଅତିଥି ବିଡ଼ିଓ ଶ୍ରୀ ତନ୍ତୀ ରାଜ୍ୟ ସରକାରଙ୍କ ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ପାଇଁ କରାଯାଇଥିବା ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ଧାର୍ମିକସ୍ଥଳୀ ଗୁଡ଼ିକର ରୂପାନ୍ତରୀକରଣ, ମହିଳା ସଶକ୍ତିକରଣ, ବ୍ୟାଙ୍କିଙ୍ଗ ଭିତ୍ତିଭୂମିର ବିକାଶ, ପ୍ରାଥମିକ ବିଦ୍ୟାଳୟର ରିପାନ୍ତରୀକରଣ, କ୍ରୀଡ଼ା, ଐତିହ୍ୟ ଭିତ୍ତିଭୂମି ଓ ସୁଗମ ପରିବହନ ବ୍ୟବସ୍ଥା ପାଇଁ ଯୁଗାନ୍ତକାରୀ କାର୍ଯ୍ୟ କରିଥିବା ପ୍ରକାଶ କରିଥିଲେ । ପ୍ରତି ଗାଆଁରେ ସହରୀ ସୁବିଧା ଉପଲବ୍ଧ ହେବାସହ ପ୍ରତି ଲୋକଙ୍କ ପାଖରେ ଆଜି ପ୍ରଶାସନ ପହଞ୍ଚି ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେଇପାରିଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ । ପରେ ବିଭିନ୍ନ ବିଦ୍ୟାଳୟ ତରଫରୁ ଶାସ୍ତ୍ରୀୟ, ଲୋକନୃତ୍ୟ ଓ ଆଦିବାସୀ ନାଚ ଆଦି ପରିବେଷଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ତରଫରୁ ଅତିଥି,ଗଣମାଧ୍ୟମ ପ୍ରତିନିଧି, ଲୋକପ୍ରତିନିଧି,ବ୍ଲକର ଯନ୍ତ୍ରୀ,ବିଭିନ୍ନ ପଞ୍ଚାୟତର ପିଇଓ, ଜିଆରଏସ, ମିଶନଶକ୍ତିର ମାଆ, ଓଏଲଏମର ସିଆରପି, ଇମ୍ବିକେଙ୍କୁ ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ଦେଇ ସମ୍ମାନିତ କରାଯାଇଥିଲା । ଅତିଥିମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା ଛାତ୍ରଛାତ୍ରୀ, କଳାକାରଙ୍କୁ ପ୍ରମାଣପତ୍ର ଓ ଟ୍ରଫି ଦେଇ ସମ୍ମାନିତ କରିଥିଲେ । ମଞ୍ଚ ସଂଯୋଜନାରେ ଉତ୍ତମ କୁମାର ଦାସ, କମଳାକାନ୍ତ ଖୁଣ୍ଟିଆ, ସିଆରସି ବିଷ୍ଣୁପ୍ରିୟା ସାହୁକାର ଓ ଜିଆରଏସ ଅଜିତ ନାଗ ପ୍ରମୁଖ ସହାୟତା କରିଥିବାବେଳେ ଏମ୍ବିକେ ପୁଷ୍ପାଞ୍ଜଳି ପାଣିଗ୍ରାହୀଙ୍କ ସହ ଓଏଲଏମ ଟିମ୍‌, ପଞ୍ଚାୟତର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ପଞ୍ଚାୟତ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।