Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ସଂଯୋଜକ କର୍ମଶାଳା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ସଂଯୋଜକ କର୍ମଶାଳା

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ମୁନିଗୁଡ଼ା ମଣ୍ଡଳ ବିଜେପି ତରଫରୁ ସ୍ଥାନୀୟ ସୁଭଦ୍ରା -ଉଦ୍ଧବ ସଉଣ୍ଡିକ ମଙ୍ଗଳ ଭବନ ପରିସରରେ ସୁଶାସନ ଦିବସ ଓ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ସଂଯୋଜକ କର୍ମଶାଳା ପାଳନ କରାଯାଇଛି । ମଣ୍ଡଳ ସଭାପତି ଜଗା ଶବରଙ୍କ ସଭାପତିତ୍ୱ ଓ ଜିଲ୍ଲା ସମ୍ପାଦିକା ସୁଶୀଳା ସରାଫଙ୍କ ସଂଯୋଜନାରେ ଆୟୋଜିତ ସୁଶାସନ ଦିବସ ଓ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା କର୍ମଶାଳାରେ ମୁଖ୍ୟଅତିଥି ଭାବେ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ବେହେରା, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦଳାଇ, ଅନ୍ୟତମ ସମ୍ମାନୀୟ ବକ୍ତା ଜିଲ୍ଲା ସାଧାରଣ ସମ୍ପାଦକ ରାମକୃଷ୍ଣ ପଣ୍ଡା ଓ ଜନସେବା କେନ୍ଦ୍ର ପରିଚାଳକ ରଶ୍ମିରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ମା’ ଭାରତୀଙ୍କ ସୁଯୋଗ୍ୟ ସନ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ,ଦୀପଦାନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରେ ମୁଖ୍ୟବକ୍ତା ଶ୍ରୀ ଦଳାଇ ବାଜପେୟୀ ଜୀଙ୍କ କାଳଜୟୀ କୃତ୍ତି, ଦେଶପ୍ରେମ, ବୈଦେଶିକ ନୀତି, ପରାକ୍ରମ ଓ ତାଙ୍କ ଯୁଗାନ୍ତକାରୀ ଜନ କଲ୍ୟାଣକାରୀ ଯୋଜନାକୁ ବକ୍ତବ୍ୟରେ ରଖିଥିଲେ । ଏଥିସହିତ ମୁଖ୍ୟବକ୍ତା ଶ୍ରୀ ଦଳାଇ ବାଜପେୟୀଙ୍କ ଉପରେ ଦେଶପ୍ରେମ କବିତା “ତୁମ ଜୀବନଟା ଏକ ଯଜ୍ଞ ଆବୃତ୍ତି କରି ଶ୍ରୋତାଙ୍କୁ ଶୁଣାଇଥିଲେ । ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ବେହେରା ଓ ଜିଲ୍ଲା ସାଧାରଣ ସମ୍ପାଦକ ରାମକୃଷ୍ଣ ପଣ୍ଡା ବାଜପେୟୀଙ୍କ ସୁଶାସନ ଉପରେ ମନ୍ତବ୍ୟ ରଖିବା ସହିତ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଉପରେ କହିଥିଲେ ।୧୮ପ୍ରକାର କୌଳିକ ବୃତ୍ତିଧାରୀଙ୍କ ଅର୍ଥନୈତିକ ଅଭିବୃଦ୍ଧି ଓ ସ୍ୱାବଲମ୍ବୀ ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଏହା ଏକ ଅଭିନବ ପ୍ରୟାସ । ଏଥିରେ ଗ୍ରାମାଞ୍ଚଳର ଅନେକ ବୃତ୍ତିଧାରୀ ଅର୍ଥନୈତିକ ବିକାଶ ପଥରେ ଅଗ୍ରସର ହେବାସହ ଅନେକ ରୋଜଗାର ସୃଷ୍ଟି ହୋଇପାରିବ ବୋଲି ଜିଲ୍ଲା ସମ୍ପାଦିକା ଶ୍ରୀମତୀ ସରାଫ ଓ ମଣ୍ଡଳ ସଭାପତି ଶ୍ରୀ ଶବର ବୁଝାଇଥିଲେ । ସେହିପରି ଜନସେବା କେନ୍ଦ୍ର ପରିଚାଳକ ଶ୍ରୀ ସ୍ୱାଇଁ କିପରି ହିତାଧିକାରୀମାନେ ଏହି ଯୋଜନାରେ ସାମିଲ ହୋଇ ଉପକୃତ ହେବେ ତାହା ଲୋକଙ୍କୁ ବୁଝାଇଥିଲେ । ମୁନିଗୁଡ଼ାର ୧୭ଟି ପଞ୍ଚାୟତର ଶତାଧିକ କୌଳିକ ବୃତ୍ତିଧାରୀ ହିତାଧିକାରୀ ଯୋଗଦେଇ ସେମାନଙ୍କ ଲାଗି ଅଭିପ୍ରେତ ବିଶ୍ୱକର୍ମା ଯୋଜନା ଉପରେ ପଚାରି ବୁଝିବା ସହିତ ଏହି ଯୋଜନାରେ କିପରି ସଂଯୁକ୍ତ ହେବେ ସେନେଇ ଆଶାବାଦୀ ଥିବା ସେମାନଙ୍କ ଉତ୍ସାହରୁ ଜଣା ପଡୁଥିଲା । ଏହି କାର୍ଯ୍ୟକ୍ରମକୁ ବିଜେପି ବିସ୍ତାରକ ବ୍ରଦସ ପାତ୍ର, ମିନକିତନ ଗୌଡ଼, ପୁରନ୍ଦର କାଶୀ ଓ ଗରିବ ଗରଡ଼ିଆ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।