ବିଜେଡି ପ୍ରତିଷ୍ଠା ଦିବସ ପାଳିତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ବିଜେଡି ପକ୍ଷରୁ ୨୭ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି ଅବସରରେ ପ୍ରଥମେ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରୁ ମାଝିଗୁଡ଼ା ପର୍ଯ୍ୟନ୍ତ ଗଣ ଦୌଡ଼ ପରେ ବିଜୁ ପଟ୍ଟନାୟକ ପାର୍କରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ରାଜ୍ୟବାସୀଙ୍କ ବିଭିନ୍ନ ସମସ୍ୟାର ସମାଧାନକୁ ମୁଖ୍ୟ ପ୍ରସଙ୍ଗ କରି ବିଜେଡି ତା’ର ଲୋକପ୍ରିୟତା ବୃଦ୍ଧି କରି ଚାଲିଛି । ନୂତନ ଓଡ଼ିଶା ଗଠନର ଲକ୍ଷ୍ୟକୁ ଦୃଷ୍ଟିରେ ରଖି ‘ନୂଆ ଓଡ଼ିଶା ଯୁବ ଓଡ଼ିଶା ନବୀନ ଓଡ଼ିଶା’ ମାଧ୍ୟମରେ ବଜେଡି ଗ୍ରାମାଞ୍ଚଳରେ ପହଂଚିଛି । ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ପୁଣିଥରେ ଆସନରେ ବସେଇବା ପାଇଁ ଦଳର କର୍ମୀ ଓ ନେତାଙ୍କୁ ଆହ୍ୱାନ ଦିଆଯାଇଛି । ପ୍ରତିଷ୍ଠା ଦିବସରେ ଡାକ୍ତରଖାନାରେ ଫଳ ବଣ୍ଟନ, ରକ୍ତ ଦାନ କାର୍ଯ୍ୟକ୍ରମ ଓ ସମସ୍ତ ନିର୍ବାଚନ ମଣ୍ଡଳୀରେ ସାଧାରଣ ସଭା ଅନୁଷ୍ଠିତ ହେଉଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ତଥା ସାଂସଦ ରମେଶ ଚନ୍ଦ୍ର ମାଝୀ,ଏସଡିସି ଅଧ୍ୟକ୍ଷ ପ୍ରଦୀପ ମାଝୀ, ବିଜେଡି ପର୍ଯ୍ୟବେକ୍ଷକ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ,ସହପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ର, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀଙ୍କ ସମେତ ମଞ୍ଜୁଳା ମାଝୀ, କୌଶଲ୍ୟା ପ୍ରଧାନୀ, କ୍ରିଷ୍ଣା ମଞ୍ଜରୀ ବିଷୋୟୀ, କାମିନୀ ପାଢ଼ୀ, ରଞ୍ଜିତା ପଣ୍ଡା, ନଗର ବିଜେଡି ସଭାପତି ପ୍ରମୋଦ ରଥ, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଦିଲୁ ପଣ୍ଡା, ବିଜେଡି ନେତା ସରୋଜ ପାତ୍ର, ଆଇନଜୀବୀ ସିରଜୁଦ୍ଦିନ ଅହମ୍ମଦ ଓ କୁନା ପାଢ଼ୀଙ୍କ ସମେତ ଶତାଧିକ ଛାତ୍ର, ଯୁବ, ମହିଳା ବିଜେଡି ନେତା ଓ କର୍ମୀ ଅଂଶଗ୍ରହଣ କରିଥିଲେ ।