Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ନବରଙ୍ଗପୁର ଜିଲ୍ଲାରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ମୁଖ୍ୟମନ୍ତ୍ରୀଙ୍କ ଦ୍ୱରା ଶୁଭାରମ୍ଭ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ନବରଙ୍ଗପୁର ଜିଲ୍ଲାରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ମୁଖ୍ୟମନ୍ତ୍ରୀଙ୍କ ଦ୍ୱରା ଶୁଭାରମ୍ଭ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ରାଜ୍ୟ ସରକାରଙ୍କ ଗ୍ରାମାଭିମୁଖୀ ମହତ୍ତ୍ୱ ଆଙ୍କାକ୍ଷା ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ମାଧ୍ୟମରେ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି । ଜିଲ୍ଲାରେ ୨ହଜାର ୯୪୨ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ୯୪ କୋଟି ୫୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଭାସି ମାଧ୍ୟମରେ ମଞ୍ଜୁର କରାଯାଇଛି । ଜିଲ୍ଲାରେ ୧୦ଟି ବ୍ଲକରେ ପୃଥକ ଭାବେ ଏହି ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ, ଜିଲ୍ଲା ପରିଷଦ ସଭାପତି, ଉପାଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ସରପଞ୍ଚ ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ ଓ ଜନ କଲ୍ୟାଣକାରୀ କାର୍ଯ୍ୟ ପାଇଁ କୃତଜ୍ଞତା ଜଣାଇଥିଲେ । ପ୍ରାରମ୍ଭରେ ସ୍ୱାଗତ କାର୍ଯ୍ୟକ୍ରମରେ ଜୟ ଜଗନ୍ନଥ, ଆମ ଓଡ଼ିଶା ନବୀନ ଓଡ଼ିଶା ଧ୍ୱନିରେ ସଭା ସ୍ଥଳ ପ୍ରକମ୍ପିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସାଂସଦ ରମେଶ ଚନ୍ଦ୍ର ମାଝୀ, ଡାବୁଗାଁ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମନୋହର ରନ୍ଧାରି, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଜିଲ୍ଲା ପରିଷଦ ସଭାପତି ମୋତିରାମ ନାୟକ, ଉମରକୋଟ ପୌର ଅଧ୍ୟକ୍ଷା, ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟସଭ୍ୟା ଓ ସରପଞ୍ଚ ଉପସ୍ଥିତ ଥିଲେ । ନବରଙ୍ଗପୁର ବ୍ଲକ ତରଫରୁ ସ୍ଥାନୀୟ ପୁଲିସ ପଡ଼ିଆରେ ଏହି ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅନ୍ୟା ଦାସ, ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ, ଉପାଧ୍ୟକ୍ଷା ମୌମ୍ୟା ମହାପାତ୍ର, ବ୍ଲକ ଅଧ୍ୟକ୍ଷ ଶରତ ଭତରା, ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକଙ୍କ ପ୍ରତିନିଧି ପ୍ରକାଶ ମହାନ୍ତି, ପର୍ଯ୍ୟବେକ୍ଷକ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ସହପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ର, ରାଜ୍ୟ ଉଠା ଜଳସେଚନ ନିଗମ ଉପଦେଷ୍ଟା ପ୍ରମୋଦ ପାଢ଼ୀ, ବିଡିଓ ସତ୍ୟ ନାରାୟଣ, ସୁନୀଲ ଖୋରା, ଜିଲ୍ଲା ବିଜେଡି ସମ୍ପାଦକ ରବି ପଟ୍ଟନାୟକ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ମଞ୍ଜୁଳା ମାଝୀ, ବିଜେଡି ନେତ୍ରୀ କୌଶଲ୍ୟା ପ୍ରଧାନୀ, କାମିନୀ ପାଢ଼ୀ, କୋରାପୁଟ ଯୋନ ଯୁବ ସଭାପତି ତାପସ ତ୍ରିପାଠୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ପ୍ରମୁଖ ଯୋଗ ଦେଇଥିଲେ । ମଞ୍ଜୁରୀ ପାଇଥିବା ଉନ୍ନୟନ ପ୍ରକଳ୍ପରେ ଉମରକୋଟ ନିର୍ବାଚନ ମଣ୍ଡଳୀର ୫୬୮ଟି ପ୍ରକଳ୍ପ ପାଇଁ ୧୮ କୋଟି ୫୦ ଲକ୍ଷ ଟଙ୍କା, ଝରିଗାଁ ନିର୍ବାଚନ ମଣ୍ଡଳୀର ୭୩୭ ପ୍ରକଳ୍ପ ପାଇଁ ୨୬ କୋଟି ଟଙ୍କା, ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ୭୨୭ଟି ପ୍ରକଳ୍ପ ପାଇଁ ୨୫ କୋଟି ଟଙ୍କା ଓ ଡାବୁଗାଁ ନିର୍ବାଚନ ମଣ୍ଡଳୀର ୯୧୦ଟି ପ୍ରକଳ୍ପ ପାଇଁ ୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଜିଲ୍ଲାର ବିକାଶ ପାଇଁ ଏହି ସବୁ ପ୍ରକଳ୍ପ ମଞ୍ଜୁର କରି ମୁଁ ବହୁତ ଖୁସି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆମ ଓଡ଼ିଶା ନବୀନ ଓଡ଼ିଶା ଆରମ୍ଭ ହେଲା, ଜଗନ୍ନଥ ସଂସ୍କୃତିର ବାର୍ତ୍ତା ଓ ସଂଗ୍ରକ୍ଷଣ ଉପରେ ଜୋର ଦିଆଯାଇଛି । ଗାଁର ବିକାଶ ଓ ଉନ୍ନତି ପାଇଁ ସ୍ୱଚ୍ଛତାର ସହିତ ଏହି ଅନୁଦାନ ଖର୍ଚ୍ଚ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ନବରଙ୍ଗପୁର ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ପାଇଁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ମଞ୍ଜୁର କରିଥିବାରୁ ଜିଲ୍ଲାପାଳ ଡା. ମିଶ୍ର ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗଭୀର କୃତଜ୍ଞତା ଜଣାଇଥିଲେ ।