ଥାନାରେ ହାଜର ହେଲେ ଟୁଟୁ ନାୟକ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ଘଟଣାରେ ପ୍ରଯୋଜକ ଟୁଟୁ ନାୟକ ଖାରବେଳନଗର ଥାନାରେ ହାଜର ହୋଇଛନ୍ତି । ଏନେଇ ଖାରବେଳନଗର ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି । ଆମେ ତାଙ୍କୁ ଜେରା କରୁଛୁ ବୋଲି ଥାନାଧିକାରୀ କହିଛନ୍ତି । ଏହାସହ ସେ ଆସି ନାହାନ୍ତି, ଆମେ ତାଙ୍କୁ ଆଣିଛୁ ବୋଲି ଥାନାଧିକାରୀ ସ୍ୱଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ, ଇଟିଭି ଭାରତ ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଗତକାଲି ଟୁଟୁ ନାୟକ ଗାଲରେ ଚାପୁଡ଼ା ମାରିଥିଲେ । ଏହାପରେ ଦେବସ୍ମିତା ଖାରବେଳ ନଗର ଥାନାରେ ଏକ ମାମଲା ରୁଜୁ କରିଥିଲେ ।