କଳାହାଣ୍ଡି ଜନତାଙ୍କ ପାଇଁ ୧୫୫ କୋଟି ଟଙ୍କାର ଭେଟି

କେସିଙ୍ଗା,ଏନ୍‌ଏନ୍ ଏସ୍‌: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା ପାଇଁ ଭିଡିଓ କନଫ୍ରେନ୍ସ ମାଧ୍ୟମରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ସେଥିପାଇଁ କଳାହାଣ୍ଡି ଜିଲ୍ଲା ୧୩ଟି ବ୍ଲକର ୪,୬୭୮ଟି ପ୍ରକଳ୍ପ ପାଇଁ ୧୫୫ କୋଟି ଅନୁମୋଦନ କରିଛନ୍ତି । କେସିଙ୍ଗା ବ୍ଲକ ଦ୍ୱାରା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କେସିଙ୍ଗା ମିନି ଷ୍ଟାଡିୟମରେ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେସିଙ୍ଗା ବ୍ଲକର ୧୭ଟି ଓ ପଞ୍ଚାୟତର ୨୧୪ଟି ପ୍ରକଳ୍ପ ପାଇଁ ୮ କୋଟି ୫୦ ଲକ୍ଷ ଟଙ୍କା ଅନୁମୋଦନ କରିଥିବାବେଳେ ନର୍ଲା ବିଧାନସଭା ଅନ୍ତର୍ଗତ କେସିଙ୍ଗା ବ୍ଲକର ୯ଟି ପଞ୍ଚାୟତର ୧୩୬ଟି ପ୍ରକଳ୍ପ ପାଇଁ ୪.୫୦ ଲକ୍ଷ ଟଙ୍କା ସହିତ ବେଲଖଣ୍ଡି ଶିବ ମନ୍ଦିରର ଉନ୍ନତିକରଣ ପାଇଁ ୨କୋଟି ୪୫ ଲକ୍ଷ ଟଙ୍କା ଅନୁମୋଦନ କରିଥିବାରୁ ଭବାନୀପାଟଣା ବିଧାନସଭା କେସିଙ୍ଗା ବ୍ଲକ ତରଫରୁ ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ନର୍ଲା ବିଧାନସଭା ଅନ୍ତର୍ଗତ ୯ଟି ପଞ୍ଚାୟତରୁ ସିର୍ଜାପାଲି ସରପଞ୍ଚ ପ୍ରମୋଦ ଦାସ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।

ଅନ୍ୟପଟେ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ କହିଛନ୍ତି ଯେ, କଳାହାଣ୍ଡିର ସମସ୍ତ ପଞ୍ଚାୟତ ପାଇଁ ୧୫୫ କୋଟି ଟଙ୍କା ମଞ୍ଜୁର ହୋଇଥିବା ମୁଖ୍ୟମନ୍ତ୍ରୀ ନିଜ ବାର୍ତ୍ତାରେ କହିଛନ୍ତି । ଓଡ଼ିଶା ଜଗନ୍ନାଥଙ୍କ ଭୂମି ଓଡ଼ିଶା ଭାଇଚାରା ଭୂମି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଆମେ ପ୍ରକୃତି ଉପରେ ଜୋର ଦେଇଛୁ, ମୋର ସମସ୍ତ ଙ୍କୁ ସମ୍ମାନ ଓ ସମସ୍ତଙ୍କର ବିକାଶ ସହ ମା’ମାନଙ୍କ ପାଇଁ ଯୁବକଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଗାଁ ଗାଁରେ ଇଣ୍ଟରନେଟର ସୁବିଧା ଓ ବିଶ୍ୱସ୍ତରୀୟ ବ୍ୟାଙ୍କିଂ, ସ୍କୁଲ, କଲେଜ, ସଂସ୍କୃତି ଓ ଗମନାଗମନ ଭିତ୍ତିଭୂମିକୁ ଏହି ଯୋଜନାରେ ସାମିଲ କରାଯାଇଛି । ଏହି ଯୋଜନା ସମସ୍ତଙ୍କୁ ସଶକ୍ତ କରିବ । ମାନ୍ୟବର ମୁଖ୍ୟମନ୍ତ୍ରୀ ୫ମ ପାଳିରେ ଲୋକଙ୍କୁ ୫ଟି ଯୋଜନାରେ ଆହାର, ପ୍ରତ୍ୟେକ ପ୍ରସୂତି ମହିଳାଙ୍କୁ ମମତା ଯୋଜନାରେ ୫ ହଜାର ଟଙ୍କା, ସମସ୍ତ ଏସଏସଜି ମା’ଙ୍କୁ ବିନା ସୁଧରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ୫ ଟଙ୍କାରେ ଗାଁରୁ ବ୍ଲକ ପର୍ଯ୍ୟନ୍ତ ଗମନାଗମନ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରତ୍ୟେକ ପରିବାରଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ଭବାନୀପାଟଣା ବିଧାୟକ ଦୁଷ୍ମନ୍ତ ନାୟକ, କେସିଙ୍ଗା ବିଡିଓ ପଦ୍ମନାଭ ପୁରୋହିତ, କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ ଓ ଜିଲ୍ଲା ବିଜୁ ଜନତା ଦଳ ସମ୍ପାଦକ ସୁରେଶ ମହନନ୍ଦ, ରାଜଲଷ୍ମୀ ପଟ୍ଟନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରୋହିତ ଭୋଇ, କେସିଙ୍ଗା ସହର ବିଜେଡି ସଭାପତି ରମେଶ ପଟ୍ଟନାୟକ, ୩ଟି ଜୋନର ଜିଲ୍ଲା ପରିଷଦ ସଦସ୍ୟ, କେସିଙ୍ଗା ବ୍ଲକ୨୬ଟି ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟସଭ୍ୟା, ବ୍ଲକ କନିଷ୍ଠ ଯନ୍ତ୍ରୀ, କର୍ମଚାରୀ ଓ ହଜାର ହଜାର ସଂଖ୍ୟାରେ ଏସଏସଜି ମହିଳାମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ଶାନ୍ତି ଶୃଙ୍ଖଳା ପାଇଁ କେସିଙ୍ଗା ପୁଲିସ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।