Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୧୨ଟି ପଞ୍ଚାୟତରେ ୧୮୬ଟି ପ୍ରକଳ୍ପ ପାଇଁ ୬କୋଟି ଟଙ୍କା ମଞ୍ଜୁର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୧୨ଟି ପଞ୍ଚାୟତରେ ୧୮୬ଟି ପ୍ରକଳ୍ପ ପାଇଁ ୬କୋଟି ଟଙ୍କା ମଞ୍ଜୁର

ରାମନାଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ମିନି ଷ୍ଟାଡିୟମରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଘୋଷଣା କରାଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ ଉଦବୋଧନ ଦେଇ ବ୍ଲକର ୧୨ଟି ପଞ୍ଚାୟତରେ ୧୮୬ଟି ପ୍ରକଳ୍ପ ପାଇଁ ୬କୋଟି ଟଙ୍କା ଅନୁଦାନ ଆସିଥିବା ପ୍ରକାଶ କରିଥିଲେ । ଏହି ଅନୁଦାନ ରାଶିକୁ ବ୍ଲକର ବିଭିନ୍ନ ଦେବାଳୟ, ଶିକ୍ଷାନୁଷ୍ଠାନ, ଗୋଷ୍ଠୀ କେନ୍ଦ୍ର, ଜଗନ୍ନାଥ ସଂସ୍କୃତି ଓ ମନ୍ଦିର ସଂରକ୍ଷଣ, ଶିକ୍ଷା ଓ ସ୍ୱାସ୍ଥ୍ୟର ରୂପାନ୍ତରୀକରଣ, ଗାଁ ଗୁଡ଼ିକର ଗମନାଗମନ ଓ ପରିବହନ ବ୍ୟାଙ୍କ ସେବା ତଥା କୃଷକ ସଶକ୍ତିକରଣ ଆଦି ଭଳି ପ୍ରକଳ୍ପରେ ବିନିଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣ ଜରିଆରେ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରତ୍ୟେକ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ଜରିଆରେ ମଞ୍ଜୁର କରିଛନ୍ତି । ବିଡିଓ ପ୍ରଦ୍ୟୁମ୍ନ ମଣ୍ଡଳ, ପିଏ ଆଇଟିଡିଏ ରୀନା ପ୍ରଧାନ, ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ, ରାମନାଗଡ଼ା ଥାନାଧିକାରୀ ସୁନିତା ବେହେରା, ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଗମାଙ୍ଗ, ଜିଲ୍ଲା ପରିଷଦ ସଭ୍ୟ(କ) ତାଙ୍ଗୁଡୁ ଶ୍ରୀଧର, ଜିଲ୍ଲା ପରିଷଦ(ଖ) ସୁରେଶ ଗମାଙ୍ଗ, ବରିଷ୍ଠ ବିଜେଡି ନେତା ଗଗନ ଆଚାର୍ଯ୍ୟ, ବ୍ଲକ ବିଜେଡି ସଭାପତି ବିଜୟ ମାଣ୍ଡାଙ୍ଗି, ସମିତି ସଭ୍ୟ କମଳଲୋଚନ ମୁଟ୍ଟିକା, ସୁଣ୍ଡିଢ଼ାମୁଣୀ ସରପଞ୍ଚ ଭାସ୍କର କାଡ୍ରାକା, ବ୍ଲକ ଯୁବ ସଭାପତି ସଞ୍ଜୟ ପ୍ରଧାନ, ଜିଲ୍ଲା ଯୁବ ଉପସଭାପତି ଅମିତ ମହାରଣା, ବନମାଳୀ ମହାରଣାଙ୍କ ସହ ସ୍ୱୟଂ ସହାୟକ ଗୋଷ୍ଠୀ, ସରପଞ୍ଚ ଓ ସମିତି ସଭ୍ୟସଭ୍ୟା, ବ୍ଲକର ସମସ୍ତ ଅଧିକାରୀ କର୍ମଚାରୀଙ୍କ ସମେତ ୩ହଜାରରୁ ଅଧିକ ଜନସାଧାରଣ ଯୋଗ ଦେଇଥିଲେ ।