ହିମାଦ୍ରି କେମିକାଲ୍ସ ହାତରେ ବିର୍ଲା ଟାୟାର୍ସ

ବାଲେଶ୍ୱର,ଏନ୍‌ଏନ୍‌ଏସ୍‌: ବାଲେଶ୍ୱରରେ ଅବସ୍ଥିତ ବହୁ ପୁରାତନ ଶିଳ୍ପସଂସ୍ଥା ବିର୍ଲା ଟାୟାର୍ସକୁ ହିମାଦ୍ରି କେମିକାଲ୍ସ ଅଧିଗ୍ରହଣ କରିଛି। ଶିଳ୍ପ ମନ୍ତ୍ରୀ, ପୂର୍ବାଞ୍ଚଳ ଆଇଜି, ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ଏହି ହସ୍ତାନ୍ତର ପ୍ରକ୍ରିୟା ଅନୁଷ୍ଠିତ ହୋଇଛି । ଏନସିଏଲଟିର ନିର୍ଦ୍ଦେଶରେ ହିମାଦ୍ରି ଗ୍ରୁପ ୧୧ ଶହ କୋଟି ଟଙ୍କା ପୈଠ କରିଛି ।

ସୂଚନାଯୋଗ୍ୟ, ଦେବାଳିଆ ସ୍ଥିତି ପାଇଁ ୨୦୧୯ରୁ ବିର୍ଲା ଟାୟାର୍ସରେ ତାଲା ଝୁଲୁଥିଲା ।