ମୁଖ୍ୟ ଚୟନକର୍ତ୍ତା ପଦରୁ ଇଞ୍ଜମାମ-ଉଲ-ହକଙ୍କ ଇସ୍ତଫା

ନୂଆଦିଲ୍ଲୀ: ୨୦୨୩ ଦିନିକିଆ ୱାର୍ଲ୍ଡକପରେ ଖରାପ ପ୍ରଦର୍ଶନକୁ ନେଇ ପାକିସ୍ତାନ କ୍ରିକେଟ ଟିମରେ ଆରୋପ- ପ୍ରତ୍ୟାରୋପ ଧାରା ଜାରୀ ରହିଛି । ଇତିମଧ୍ୟରେ ପାକିସ୍ତାନ କ୍ରିକେଟ ଟିମର ମୁଖ୍ୟ ଚୟନକର୍ତ୍ତା ଇଞ୍ଜମାମ-ଉଲ-ହକ୍ ଇସ୍ତଫା ଦେଇଛନ୍ତି । ଇଞ୍ଜମାମଙ୍କ ଉପରେ ଅନେକ ଖେଳାଳୀଙ୍କୁ ଲାଭ ପହଞ୍ଚାଇବାର ଆରୋପ ଲାଗିଛି ।

ଭାରତରେ ଜାରି ରହିଥିବା ୱାର୍ଲ୍ଡକପରେ ପାକିସ୍ତାନ ଟିମର ଖରାପ ପ୍ରଦର୍ଶନ ଧାରା ଲାଗି ରହିଛି । ବାବର ଆଜମ ନେତୃତ୍ୱାଧୀନ ପାକିସ୍ତାନ ଟିମ୍ ୬ଟି ମ୍ୟାଚ ଖେଳିଥିବାବେଳେ ୪ଟିରେ ହାରିଛି ।