Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଯାଞ୍ଚ ସମୟରେ ଗାଡ଼ି ଧକ୍କାରେ ଗଲା ଆର୍ଟିଓ ଅଫିସ ଡ୍ରାଇଭରଙ୍କ ଜୀବନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଯାଞ୍ଚ ସମୟରେ ଗାଡ଼ି ଧକ୍କାରେ ଗଲା ଆର୍ଟିଓ ଅଫିସ ଡ୍ରାଇଭରଙ୍କ ଜୀବନ

ନବରଙ୍ଗପୁର,ଏନ୍‌ଏନ୍‌ଏସ: ବିଳମ୍ବିତ ରାତିରେ ଗାଡ଼ି ଯାଞ୍ଚ ସମୟରେ ଆର୍ଟିଓ ଅଫିସ ଡ୍ରାଇଭରଙ୍କ ଜୀବନ ଚାଲିଯାଇଛି । କ୍ଷତିପୂରଣ ଦାବୀରେ ପରିବାର, ଡ୍ରାଇଭର ମହାସଂଘ ଓ ଗ୍ରାମବାସୀ ଜାତୀୟ ରାଜପଥ ୨୬ ଅବରୋଧ କରିଛନ୍ତି ।

ମିଳିଥିବା ରିପୋର୍ଟ ମୁତାବକ, ସ୍ଥାନୀୟ ପରିବହନ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ବିଳମ୍ବିତ ରାତିରେ ଏମଭିଆଇ ଯାଞ୍ଚ ଚାଲିଥିଲା । ନବରଙ୍ଗପୁର ପରିବହନ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ରହି ଯାଞ୍ଚ କରୁଥିଲେ । ଏହି ସମୟରେ ଜବତ ହୋଇଥିବା ଗାଡ଼ିକୁ ଆର୍ଟିଓ କାର୍ଯ୍ୟାଳୟ ଭିତରକୁ ନେବା ପାଇଁ ଯାଉଥିବା ସମୟରେ ନବରଙ୍ଗପୁରରୁ ପାପଡ଼ାହାଣ୍ଡି ଅଭିମୁଖେ ଦ୍ରୁତ ଗତିରେ ଏକ ଅଜଣା କାର ଆସି ରାସ୍ତା ଉପରେ ଡ୍ୟୁଟି କରୁଥିବା ଆର୍ଟିଓ ଡ୍ରାଇଭର ଦିଲ୍ଲୀପ ନାୟକଙ୍କୁ ମଡ଼ାଇ ଦେଇଥିଲା । ତେବେ କାରରେ କୌଣସି ଅବକାରୀ ସାମଗ୍ରୀ ଥାଇପାରେ ବୋଲି ଆର୍ଟିଓ ଜିତେନ୍ଦ୍ର ଭୋଇ ସନ୍ଦେହ କରିଥିବାବେଳେ ପରିବହନ ବିଭାଗ ପକ୍ଷରୁ ନବରଙ୍ଗପୁର ଥାନାରେ ଏକ ଏତଲା ଦିଆଯାଇଛି । ଗୁରୁବାର ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ଅନ୍ୟପଟେ ନବରଙ୍ଗପୁର ପୁଲିସ ବିଭିନ୍ନ ସିସିଟିଭି ଯାଞ୍ଚ କରି ତଦନ୍ତ ଚଲାଇଛି । କ୍ଷତିପୂରଣ ସହିତ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଦେବା ପାଇଁ ଶବ ରଖି ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ଫଳରେ ଉମରକୋଟରୁ କୋରାପୁଟ ଏବଂ ନବରଙ୍ଗପୁରରୁ କଳାହାଣ୍ଡି ଯାତାୟାତ ୧ଘଣ୍ଟା ପାଇଁ ଠପ ହୋଇଥଲା । ଘଟଣାସ୍ଥଳରେ ସାଂସଦ ରମେଶ ଚନ୍ଦ୍ର ମାଝୀ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ସ୍ଥାନୀୟ ପୁଲିସ ପହଞ୍ଚି ମଧ୍ୟ ଆନ୍ଦୋଳନକାରୀଙ୍କୁ ବହୁ ବୁଝାସୁଝା କରିଥିଲେ ।