Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସହିଦ ଲକ୍ଷ୍ମଣ ନାୟକଙ୍କ ନାଁରେ ବସଷ୍ଟାଣ୍ଡ ନାମକରଣ ସହିତ ବିସ୍ଥାପିତ ବ୍ୟବସାୟୀଙ୍କୁ ଥଇଥାନ ଦାବୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସହିଦ ଲକ୍ଷ୍ମଣ ନାୟକଙ୍କ ନାଁରେ ବସଷ୍ଟାଣ୍ଡ ନାମକରଣ ସହିତ ବିସ୍ଥାପିତ ବ୍ୟବସାୟୀଙ୍କୁ ଥଇଥାନ ଦାବୀ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ନିର୍ମାଣଧୀନ ନୂତନ ବସଷ୍ଟାଣ୍ଡର ନାମକରଣକୁ ନେଇ ବିବାଦ ଜୋର ଧରିଛି । ନିର୍ମାଣଧୀନ ବସଷ୍ଟାଣ୍ଡକୁ ସହିଦ ଲକ୍ଷ୍ମଣ ନାୟକ ବସଷ୍ଟାଣ୍ଡ ନାମରେ ନାମକରଣ କରିବାକୁ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ମୁନିଗୁଡ଼ା ଅଞ୍ଚଳବାସୀ ଦାବୀ କରିଥିଲେ । ଏନେଇ ଆଜି ସହିଦ ଲକ୍ଷ୍ମଣ ନାୟକ କ୍ଲବ ସଭାପତି ପଦ୍ମନାଭ ବେହେରାଙ୍କ ନେତୃତ୍ୱରେ ଶତାଧିକ ସାଧାରଣ ଜନତା ମୁନିଗୁଡ଼ା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓ ପ୍ରିତମ କୁମାର ତନ୍ତିଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଲୋକଙ୍କ ଯାତାୟତ ସୁବିଧାକୁ ଦୃଷ୍ଟିରେ ରଖି ପଞ୍ଚାୟତ ତରଫରୁ ୧୯୯୯ ମସିହାରେ ପଞ୍ଚାୟତରାଜ ମନ୍ତ୍ରୀ ସ୍ୱର୍ଗତ ଜନାବ ହବିବୁଲା ଖାନ୍ ଓ ତତ୍କାଳୀନ ବିଧାୟକ ଡମ୍ବୁରୁଧର ଉର୍ଲ୍ଲାକାଙ୍କ ଦ୍ୱାରା ଏଠାରେ ସହିଦ ଲକ୍ଷଣ ନାୟକଙ୍କ ନାଁରେ ଏକ ବସଷ୍ଟାଣ୍ଡ ଉଦଘାଟନ କରାଯ।।ଇଥିଲା । ରାଜ୍ୟ ସରକାରଙ୍କ ବସଷ୍ଟାଣ୍ଡର ଉନ୍ନତିକରଣ କ୍ରମେ ମୁନିଗୁଡ଼ାରେ ଥିବା ଏହି ସହିଦ ଲକ୍ଷ୍ମଣ ନାୟକ ବସଷ୍ଟାଣ୍ଡକୁ ଭାଙ୍ଗି ସେହି ସ୍ଥାନରେ ଓଏସଆରଟିସି ତରଫରୁ ଏକ ଉନ୍ନତ ଓ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ହୋଇଛି । ନିକଟରେ ଏହାର ଉଦଘାଟନ ହେବାକୁ ଥିବାବେଳେ ନୂତନ ବସଷ୍ଟାଣ୍ଡ ନିର୍ମାଣ ସମୟରେ ଅଞ୍ଚଳବାସୀ ସହିଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହାର ନାମ ସହିଦ ଲକ୍ଷ୍ମଣ ନାୟକ ବସଷ୍ଟାଣ୍ଡ କରିବାକୁ ଜୋର୍ ଦେଇଥିଲେ । ହେଲେ ଏହି ବସଷ୍ଟାଣ୍ଡ ନାମକରଣକୁ ନେଇ ବହୁ ବିବାଦ ପରେ ମଧ୍ୟ ପ୍ରଶାସନ ସହିଦ ଲକ୍ଷଣ ନାୟକଙ୍କ ନାଁକୁ ଅଣଦେଖା କରିବା ପରିତାପ ଏବଂ ଅଞ୍ଚଳ ପ୍ରତି ଘୋର ଅପମାନଜନକ ବୋଲି ସଭାପତି କହିଛନ୍ତି । ଅନ୍ୟପଟେ ବସଷ୍ଟାଣ୍ଡ ଭାଙ୍ଗିଲା ବେଳେ ବହୁ ବ୍ୟବସାୟୀ ଜୀବିକା ହରାଇଥିଲେ । ସେତେବେଳେ ନୂଆ ବସଷ୍ଟାଣ୍ଡରେ ସେମାନଙ୍କୁ ଥଇଥାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇ ଥିଲା । ହେଲେ ଏବେ ସେମାନଙ୍କୁ ଅଣଦେଖା କରି ଅନ୍ୟମାନଙ୍କୁ ଦେବାର ଚକ୍ରାନ୍ତ ଚାଲୁଥିବା ସେ ଦାବୀରେ ଉଲ୍ଲେଖ କରିଛନ୍ତି । ତେବେ ଯଦି ଆଗାମୀ ଦିନରେ ସହିଦଙ୍କ ନାଁରେ ବସଷ୍ଟାଣ୍ଡ ନାମକରଣ ସହ ବ୍ୟବସାୟୀଙ୍କୁ ଥଇଥାନ କରାନଯାଏ ତେବେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି । ଆଜି ବିଡିଓଙ୍କୁ ଦାବୀପତ୍ର ପ୍ରଦାନ କରିବାବେଳେ ମୁନିଗୁଡ଼ା ଗ୍ରାମପଞ୍ଚାୟତର ସରପଞ୍ଚ ସରସ୍ୱତୀ ଶବରଙ୍କ ସମେତ ସହିଦ ଲକ୍ଷ୍ମଣ ନାୟକ କ୍ଲବର ସଭାପତି ପଦ୍ମନାଭ ବେହେରା, ଜନନେତା ନୀଳାମ୍ବର ବିଭାର, ସାମାଜିକ ସମ୍ପାଦକ ମାଧବ ବଲ୍ଲଭାଇ ଓ କାର୍ଯ୍ୟକାରୀ ସଭ୍ୟ ସୋମନାଥ ମାର୍ଥା ପ୍ରମୁଖ ଉପସ୍ଥିତ ଥିଲେ ।